fbpx

କଳଙ୍କିତ ହେଲା ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ, କଲେଜ ପରିସରରେ ଯୁବକ ଯୁବତୀଙ୍କ ରଙ୍ଗୀନ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ

କଟକ:ରେଭେନ୍ସା ବିଶ୍ୱବିଦ୍ୟାଳୟ କହିବାକୁ ଗଲେ ଏହି ବିଶ୍ୱବିଦ୍ୟାଳୟ ଯେତେ ପୁରାତନ ଏହାର ଗୌରବ ଏବଂ ମର୍ଯ୍ୟାଦା ମଧ୍ୟ ସେତେ ପୁରୁଣା । କାହିଁ କେତେ ବଡ ବଡ କିମ୍ବଦନ୍ତୀ ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଛନ୍ତି । କେବଳ ରାଜ୍ୟରେ ନୁହେଁ ସାରା ବିଶ୍ୱରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟର ନାମ ରହିଛି । କିନ୍ତୁ ବର୍ତ୍ତମାନର ଯୁବ ପିଢ଼ୀ ଏହି ନାମକୁ ମାଟିରେ ମିଶାଇଲା ଭଳି କାର୍ଯ୍ୟ କରିଛନ୍ତି ।

ଗତ ବୁଧବାର ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଅସଂଯତ ଅବସ୍ଥାରେ ଥିବା ଦୁଇ ଯୁବକ -ଯୁବତୀଙ୍କର ଫଟୋ ଆଉ ଭିଡିଓ ଭାଇରାଲ ହେଉଛି । ଏହା ପରେ ରେଭେନ୍ସାର ସମ୍ମାନ ଏବେ ବାଟ ରେ ପଡି ଘାଟରେ ଗଡୁଛି । ନାଲି କୋଠାକୁ ନେଇ ଯେଉଁ ଗର୍ବ କରାଯାଉଥିଲା ତାହା ଯେମିତି ଚୁରମାର ହୋଇ ଯାଇଛି । ତେବେ ସେମାନେ ଅଣ ଛାତ୍ରଛାତ୍ରୀ କିମ୍ବା ସେଠାକାର ଛାତ୍ରଛାତ୍ରୀ ତାହା ବିଷୟରେ କୌଣସି ସୂଚନା ମିଳି ନଥିବା ବେଳେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତ ଦିଗକୁ ଏହି ବିଶ୍ୱ ବିଦ୍ୟାଳୟକୁ ଖୁବ ସମାଲୋଚନା କରାଯାଉଛି ।

ଏତେ ବଡ ବିଶ୍ୱବିଦ୍ୟାଳୟ କିନ୍ତୁ ଅବସ୍ଥା ଶୋଚନୀୟ । ନାମ ମାତ୍ର ସିସିଟିଭ ଲାଗିଛି କିନ୍ତୁ ଏଠାରେ ସବୁ ଅଚଳ ହୋଇପଡିଛି । ଏହା ସହିତ ଅଣ ଛାତ୍ର ମାନଙ୍କର ପ୍ରବେଶ ବିଶ୍ୱବିଦ୍ୟାଳୟର ପରିବେଶକୁ ନଷ୍ଟ କରୁଛି । ତେବେ ଶିକ୍ଷାକୁ ନୁହେଁ ବରଂ ଏଭଳି ଅସମାଜିକ କାର୍ଯ୍ୟ ପାଇଁ ଏବେ ସବୁ ଆଡେ ବଦନାମର ବିଷୟ ପାଲଟିଛି ଐତିହାସିକ ବିଶ୍ୱବିଦ୍ୟାଳୟ ରେଭେନ୍ସା ।

ତେବେ ରେଭେନ୍ସାରେ ଆଗରୁ କେବେ ବି ଏଭଳି ନିମ୍ନ ମାନର ଲଜ୍ୟାଜନକ ଘଟଣା ନଜର ଆସିନାହିଁ କିନ୍ତୁ ଏହି ଭିଡିଓ ଭାଇରାଲ ହେବା ପରେ ସବୁ ଆଡେ ଏହାକୁ ନିନ୍ଦା କରାଯାଉଛି । ରାଜ୍ୟର ଏକ ନାମି ଦାମି ବିଶ୍ୱବିଦ୍ୟାଳୟର ଏଭଳି ସୁରକ୍ଷା ବ୍ୟବସ୍ଥାକୁ ସବୁ ଦିଗରୁ ତାତ୍ସଲ୍ୟ କରାଯାଉଛି । ତେବେ ଦେଖିବା ବାକି ରହିଲା ଏଭଳି ନିମ୍ନମାନ ଘଟଣା ଘଟିଲା ପରେ ଆଉ କେଉଁ ଘଟଣା ଦେଖିବା ବାକି ରହିଲା । ଏହା ପରେ ଯଦି ବିଶ୍ୱବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ କଡାକଡି ନକରାଗଲା ତେବେ ବଦନାମତାଲିକାରେ ରେଭେନ୍ସା ସବୁ ଠାରୁ ଆଗରେ ଥିବାର ନଜର ଆସିବ ଏଥିରେ ସନ୍ଦେହ ନାହିଁ ।

Get real time updates directly on you device, subscribe now.