ନୂଆଦିଲ୍ଲୀ: ୱାଇ କମ୍ବିନେଟର (YCombinator) ସମର୍ଥିତ ଫିନଟେକ୍ ୟୁନିକର୍ଣ୍ଣ ରେଜରପେ(Razorpay) ଏହାର ବର୍ତ୍ତମାନର ସମସ୍ତ କର୍ମଚାରୀଙ୍କ ପାଇଁ ୧ ଲକ୍ଷ ଟଙ୍କା ମୂଲ୍ୟର ESOPs(ଏମ୍ପ୍ଲଇ ଷ୍ଟକ୍ ଓନରସିପ୍ ପ୍ଲାନ୍ସ) ଆବଣ୍ଟନ କରିବା ପାଇଁ ଘୋଷଣା କରିଛି । କମ୍ପାନୀର ଦଶମ ବାର୍ଷିକି ଉପଲକ୍ଷେ ଏହା ଘୋଷଣା କରାଯାଇଛି ଯେଉଁଥିରେ କମ୍ପାନୀ ୩ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ପୁରସ୍କୃତ କରିବାକୁ ନିଷ୍ପତ୍ତି ନେଇଛି । ଦୀର୍ଘ ଦଶନ୍ଧୀର ଅଭିବୃଦ୍ଧି ଯାତ୍ରାରେ ସେମାନଙ୍କ ଅଭ୍ୟନ୍ତରୀଣ ଭୂମିକାକୁ ‘ରେଜର୍’ ଭାବେ ବିବେଚିତ କରାଯାଇଛି ।
ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ଧନ ସୃଷ୍ଟି ପାଇଁ ESOP ଏକ ଲୋକପ୍ରିୟ ଉପକରଣ ହୋଇପାରିଛି । କମ୍ପାନୀର ଏହି ପଦକ୍ଷେପ ସୁନିଶ୍ଚିତ କରେ କି ବିନା ESOP ଆବଣ୍ଟନରେ ବି କମ୍ପାନୀର ଭବିଷ୍ୟତ ସଫଳତାରେ କର୍ମଚାରୀମାନେ ଅଂଶୀଦାର ଅଛନ୍ତି । ରେଜରପେର ସହ ପ୍ରତିଷ୍ଠାତା ଏବଂ ସିଇଓ ହର୍ଷିଲ ମାଥୁର କହିଛନ୍ତି, ‘ଏହି ପଦକ୍ଷେପ ଦ୍ୱାରା ଆମେ ଅଭିନବ, ଅର୍ଥ ମୁମେଣ୍ଟକୁ ସରଳୀକରଣ କରିବା ଏବଂ ଭାତର ତଥା ବାହାର ବ୍ୟବସାୟୀ ପାଇଁ ଅଧିକ ମୂଲ୍ୟ ସୃଷ୍ଟି କରିବା ସହ ପ୍ରତ୍ୟେକ ଟିମର ଯୋଗଦାନକୁ ଦର୍ଶାଇବା ।’ ଶଶାଙ୍କ କୁମାର ଆହୁରି ମଧ୍ୟ କହିଛନ୍ତି କି ଏହି ପଦକ୍ଷେପ ଦ୍ୱାରା ରେଜରପେ ଏହାର ଦୀର୍ଘକାଳୀନ ସଂସ୍କୃତି ଏବଂ ଦଳର ଅବଦାନର ସ୍ୱୀକୃତିକୁ ପ୍ରତିଫଳିତ କରୁଛି । ରେଜରପେ ଏହାର କର୍ମଚାରୀଙ୍କୁ ଉତ୍ସାହିତ ଏବଂ ପୁରସ୍କୃତ କରିବା ପାଇଁ ଐତିହାସିକ ଭାବରେ ESOPର ଲାଭ ଉଠାଇଛି । ୨୦୧୮କମ୍ପାନୀର ପ୍ରଥମ ESOP କ୍ୟାଶବ୍ୟାକ୍ ୧୪୦ କର୍ମଚାରୀଙ୍କୁ ସେମାନଙ୍କ ନ୍ୟସ୍ତ ହୋଇଥିବା ଅଂଶଧନକୁ ବାତିଲ କରିବାକୁ ଅନୁମତି ଦେଇଥିଲା । ୨୦୨୨ରେ ୭୫ ମିଲିୟନ୍ ଡଲାରର ଏକ ବଡ଼ କ୍ରୟ ୬୫୦ ସାମ୍ପ୍ରତିକ କର୍ମଚାରୀଙ୍କୁ ଲାଭ ଦେଇଥିଲା । ୨୦୨୪ରେ ସ୍ୱିଗି ପାଖରେ ପ୍ରାୟ ୬୫ ମିଲିୟନ୍ ଡଲାରର ESOP ଅଫର ଥିଲା । ଅର୍ବନ କମ୍ପାନୀ ଏହାର ୪୦୦ କର୍ମଚାରୀଙ୍କ ପାଇଁ ପ୍ରାୟ ୨୫ ମିଲିୟନ୍ ଡଲାର ESOP ଘୋଷଣା କରିଛି । ୨୦୨୩ରେ ଅନେକ ଷ୍ଟାର୍ଟଅପ୍ ମଧ୍ୟ ESOP ବାୟବ୍ୟାକ୍ ଘୋଷଣା କରିଥିଲେ । ଫିନଟେକ୍ କମ୍ପାନୀ ଫୋନ୍ ପେ ଏହାର କର୍ମଚାରୀ- first approachର ଏକ ଅଂଶ ଭାବରେ ୨୦୦ ମିଲିୟନ୍ ଡଲାର ବାୟବ୍ୟାକ୍ କରିଥିଲା । ସେହିଭଳି ଦଲାଲ ସଂସ୍ଥା ଜେରୋଡା(Zeroda) କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଆଧାରରେ ବାର୍ଷିକ ଅଂଶଧନ ବଣ୍ଟନ କରିବାର ଯୋଜନା ସହିତ କର୍ମଚାରୀଙ୍କ ପାଇଁ ଏକ ପ୍ରଫିଟ୍ ଶେୟାରିଂ ESOP ପ୍ରୋଗ୍ରାମ ଘୋଷଣା କରିଥିଲା ।
୨୦୧୪ରେ ପ୍ରତିଷ୍ଠିତ ରେଜରପେ ଏକକ- ଉତ୍ପାଦ ପେମେଣ୍ଟ ଗେଟୱେରୁ ଏକ ମଲ୍ଟି ପ୍ରଡକ୍ଟ ପ୍ଲାଟଫର୍ମ ଭାବେ ବାର୍ଷିକ ମୋଟ୍ ଦେୟ ପରିମାଣ(TPV) ସହ ୧୮୦ ବିଲିୟନ୍ ଡଲାରକୁ ବୃଦ୍ଧି ପାଇଛି । କମ୍ପାନୀ ଭାରତର ୧୦୦ ୟୁନିକର୍ଣ୍ଣ ମଧ୍ୟରୁ ୮୦ ପାଇଁ ଦେୟ ପ୍ରଦାନ କରେ ଏବଂ ୩୦୦ ମିଲିୟନରୁ ଉର୍ଦ୍ଧ୍ୱ ଏଣ୍ଡ୍ କଷ୍ଟମର୍ସ(end customers)ଙ୍କୁ ସେବା ଯୋଗାଇଥାଏ । ଏହାର ପୋର୍ଟଫୋଲିଓରେ ଦେୟ, ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ପ୍ରଯୁକ୍ତିବିଦ୍ୟା ଆବଶ୍ୟକତାକୁ ପୂରଣ କରୁଥିବା ୪୦ରୁ ଅଧିକ ଉତ୍ପାଦ ସାମିଲ ରହିଛି ।