fbpx

କର୍ଣ୍ଣାଟକ ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ୧ କୋଟି ୧ ଲକ୍ଷ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ଅନେକ ସମୟରେ ବିଭିନ୍ନ କାରଣରୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି ନିୟମରେ ଖିଲାପୀ କାରଣରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କିଛି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିବା ସହ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥାଏ । ତେବେ ଏହା ମଧ୍ୟରେ କର୍ଣ୍ଣାଟକ ବ୍ୟାଙ୍କ ଉପରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଖବର ସାମ୍ନାକୁ ଆସିଛି ।

ଖବର ମୁତାବକ, ଘରୋଇ କ୍ଷେତ୍ରର ବ୍ୟାଙ୍କ କର୍ଣ୍ଣାଟକ ବ୍ୟାଙ୍କ ଉପରେ ଆବିଆଇ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କିଛି ନିୟମ ଉଲ୍ଲଂଘନ କାରଣରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କର୍ଣ୍ଣାଟକ ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ୫୯ ଲକ୍ଷରୁ ଅଧିକ ଜରିମାନା ଲାଗୁ କରିଛି । ମେ ୧୪ ତାରିଖରେ ଏହି ଜରିମାନା ଲାଗୁ କରାଯାଇଥିବା ନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । କର୍ଣ୍ଣାଟକ ବ୍ୟାଙ୍କ ଲିମିଟେଡକୁ ୫୯,୧୦,୧୦୦୦ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଡିପୋଜିଟର ସୁଧ ହାର, ଆସେଟ୍ କ୍ଲାସିଫିକେସନ ଓ ଆଡଭାନ୍ସ ସହ ଜଡ଼ିତ କିଛି ନିୟାମବଳୀ କର୍ଣ୍ଣାଟକ ବ୍ୟାଙ୍କ ପାଳନ କରିନଥିଲା । ତେଣୁ ବ୍ୟାଙ୍କିଂ ରେଗୁଲେସନ ଆକ୍ଟ, ୧୯୪୯ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ଆକ୍ସନ ନେଇଥିବା ଜଣାପଡ଼ିଛି । ଗତ ୨୦୨୨ ମସିହା ମାର୍ଚ୍ଚ ମାସ ୩୧ ତାରିଖ ଆର୍ଥିକ ରେଜଲ୍ଟ ଆଧାରରେ କେନ୍ଦ୍ରୀୟ ବ୍ୟାଙ୍କ ଯାଞ୍ଚ ଆରମ୍ଭ କରିଥିଲା । ତେବେ ବ୍ୟାଙ୍କ କିଛି ନିୟମ ପାଳନ କରୁନଥିବା ଉକ୍ତ ଯାଞ୍ଚରୁ ଜଣାପଡ଼ିଥିଲା । ଏହାପରେ ଆରବିଆଇ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ କର୍ଣ୍ଣାଟକ ବ୍ୟାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ଦେଶର ୨୨ଟି ରାଜ୍ୟ, ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ କର୍ଣ୍ଣାଟକ ବ୍ୟାଙ୍କର ୯୧୫ଟି ବ୍ରାଞ୍ଚ ରହିଥିବା ବେଳେ ପାଖାପାଖି ୧.୧ କୋଟି ଗ୍ରହକ ରହିଛନ୍ତି ।

Get real time updates directly on you device, subscribe now.