fbpx

ପୁଣି ଏକ ବ୍ୟାଙ୍କ ଉପରେ RBIର ଆକ୍ସନ: ଦୁଇଟି ଫାଇନାନ୍ସ କମ୍ପାନୀ ଉପରେ ମଧ୍ୟ ହେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଏଭଳି ସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିବା କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥାଏ । ଗତ ମାସରେ ଆରବିଆଇ ଏକାଧିକ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିବା ସହ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥିଲା କେନ୍ଦ୍ରୀୟ ବ୍ୟାଙ୍କ ।

ତେବେ ଏହା ମଧ୍ୟରେ ପୁଣି ଏକ ବ୍ୟାଙ୍କ ଓ ୨ଟି ଫାଇନାନ୍ସ କମ୍ପାନୀ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଆରବିଆଇ । କେୱାଇସି ସମେତ କିଛି ନିୟମ ଉଲ୍ଲଂଘନ କାରଣରୁ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଉପରେ ଆରବିଆଇ ୧.୨୭ କୋଟି ଟଙ୍କାର ଜରିମାନା ଲାଗୁ କରିଛି । ସେହିପରି ହିନ୍ଦୁଜା ଲେଲ୍ୟାଣ୍ଡ ଫାଇନାନ୍ସ ଲିମିଟେଡ ଉପରେ କେୱାଇସି ନିୟମ ଉଲ୍ଲଂଘନ, ୨୦୧୬ର ପ୍ରାବଧାନକୁ ନ ମାନିବା କାରଣରୁ ୪.୯୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ଏଥିସହିତ କେନ୍ଦ୍ରୀୟ ବ୍ୟାଙ୍କ ପୁନାୱାଲା ଫିନକର୍ପ ଲିମିଟେଡ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛି । କେୱାଇସି ନିୟମ ଉଲ୍ଲଂଘନ କାରଣରୁ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.