fbpx
BJD
BJD SKY
BJD SKY

ପିଏମସି ଉପରେ ବଢ଼ିଲା ଆରବିଆଇ କଟକଣା; ପଢ଼ନ୍ତୁ ପୂରା ଖବର

ମୁମ୍ବାଇ (ଓଡ଼ିଶା ଭାସ୍କର): ପଞ୍ଜାବ ଓ ମହାରାଷ୍ଟ୍ର କୋ ଅପରେଟିଭ୍ ବ୍ୟାଙ୍କ (ପିଏମ୍ସି) ଉପରେ ରହିଥିବା କଟକଣାକୁ ଶୁକ୍ରବାର ଆଉଥରେ ବଢ଼ାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) । ପୂର୍ବରୁ ଲଗା ଯାଇଥିବା କଟକଣାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହା ସହିତ ସମସ୍ୟା ମଧ୍ୟରେ ଗତି କରୁଥିବା ଏହି ବ୍ୟାଙ୍କ ପାଇଁ ଏକ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଗଠନକୁ ମଧ୍ୟ ଆରବିଆଇର ସମ୍ମତି ପ୍ରଦାନ କରାଯାଇଛି ।

ଏକ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଗଠନ କରିବା ପାଇଁ ସମୟ ଆବଶ୍ୟକ । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକଣା ଅବଧିକୁ ବଢାଯାଇଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ୨୦୧୯ରେ ପିଏମସିରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଜଣା ପଡିଥିଲା । ରିଅଲ ଇଷ୍ଟେଟ୍ ଡେଭେଲପର୍ ଏଚ୍ଡିଆଇଏଲ୍କୁ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଥିଲା । ଦିଆଯାଇଥିବା ଲୋନ୍କୁ ଲୁଚାଇବାକୁ ପ୍ରୟାସ କରାଯାଇଥିବାରୁ ସେବେଠାରୁ ଆରବିଆଇ ପକ୍ଷରୁ କଟକଣା ଜାରି କରାଯାଇଛି । ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସେପ୍ଟେମ୍ବର ୨୩, ୨୦୧୯ରେ ଏହି ବ୍ୟାଙ୍କକୁ ବନ୍ଦ କରାଯାଇଥିବା ବେଳେ ଗ୍ରାହକଙ୍କ ଜମା ଟଙ୍କା ଉପରେ ନିଷ୍ପତ୍ତି ଜୁନ୍ ୩୦ରେ ଗ୍ରହଣ କରାଯିବ ।

Get real time updates directly on you device, subscribe now.