fbpx

ଘରୋଇ ଟଙ୍କା ଟ୍ରାନ୍ସଫର ସେବାକୁ ନେଇ ନିୟମ କଡ଼ାକଡ଼ି କଲା RBI

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ଉଭୟ cash pay-in ଏବଂ cash pay out ସେବା ଉପରେ ନଜର ରଖିବା ପାଇଁ ଘରୋଇ ଟଙ୍କର ଟ୍ରାନ୍ସଫର ପାଇଁ ଢ଼ାଞ୍ଚା(framework)କୁ କଡ଼ାକଡ଼ି କରିଛି ।

ବୁଧବାର RBI ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁ୍ୟଲାରରୁ ପ୍ରକାଶ କି cash pay out ସେବା କ୍ଷେତ୍ରରେ ରେମିଟ୍ ବ୍ୟାଙ୍କ ହିତାଧିକାରୀଙ୍କ ନାଁ ଏବଂ ଠିକଣା ରେକର୍ଡ଼ କରିବା ସହ ପ୍ରାପ୍ତ କରିବାକୁ ପଡ଼ିବ । ସେହିପରି cash pay-in ସେବା କ୍ଷେତ୍ରରେ ରେମିଟ୍ ବ୍ୟାଙ୍କ କିମ୍ବା ବିଜନେସ୍ କରେସପଣ୍ଡେନ୍ସମାନେ ମାଷ୍ଟର ନିର୍ଦ୍ଦେଶ ଅନୁଯାୟୀ remitter ଫୋନ୍ ନମ୍ବର ଏବଂ ସ୍ୱୟଂ ସ୍ୱୀକୃତିପ୍ରାପ୍ତ ଅଫିସିଆଲ ବୈଧ ଡକ୍ୟୁମେଣ୍ଟ (OVD) ଆଧାରରେ ପଞ୍ଜିକରଣ କରିବେ । ଜଣେ remitter ଦ୍ୱାରା କରାଯାଇଥିବା ପ୍ରତ୍ୟେକ କାରବାର ଆଡିସନାଲ ଫ୍ୟାକ୍ଟର ଅଫ୍ ଅଥେଣ୍ଟିକେସନ(AFA)) ଦ୍ୱାରା ବୈଧ କରିବାକୁ ପଡ଼ିବ । ରେମିଟ୍ ବ୍ୟାଙ୍କ କିମ୍ବା ବିଜନେସ୍ କରେସପଣ୍ଡେନ୍ସମାନେ Income Tax Act, 1961ର ପ୍ରୋଭିଜନ୍ସ ଏବଂ rules and regulations (ସମୟ ସମୟରେ ସଂଶୋଧିତ ହୋଇ)ର ପାଳନ କରିବେ ଯାହା ନଗଦ ଜମା ରାଶି ସହ ସମ୍ବନ୍ଧିତ । ରିମିଟର ଜଣଙ୍କ ବ୍ୟାଙ୍କ IMPS / NEFT ଟ୍ରାନଜାକସନ ମେସେଜର ଏକ ଅଂଶ ଭାବରେ remitter ବିବରଣୀ ଅନ୍ତର୍ଭୁକ୍ତ କରିବ । ପାଣ୍ଠି ସ୍ଥାନାନ୍ତରକୁ ଚିହ୍ନଟ କରିବା ପାଇଁ ଟ୍ରାନଜାକସନ୍ ବାର୍ତ୍ତାକୁ ଏକ ପରିଚାୟକ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ । ଅରବିଆଇ କହିଛି ଯେ କାର୍ଡ଼ ଟୁ କାର୍ଡ଼ ଟ୍ରାନ୍ସଫର ଉପରେ ଥିବା ନିର୍ଦ୍ଦେଶାବଳୀ DMT framework ଢ଼ାଞ୍ଚାର ଦୃଷ୍ଟିକୋଣରୁ ବାଦ୍ ଦିଆଯାଇଛି ଏବଂ ଏହିପରି ଉପକରଣଗୁଡ଼ିକ ପାଇଁ ଦିଆଯାଇଥିବା ନିଦେ୍ର୍ଦଶବଳୀ ଅନୁଯାୟୀ ପରିଚାଳିତ ହେବ । ଆରବିଆଇ ସ୍ପଷ୍ଟ କରିଛି ଯେ ୨୦୧୧ରେ DMT ପାଇଁ ଢ଼ାଞ୍ଚା ଆରମ୍ଭ ହେବା ପରଠାରୁ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଉପଲବ୍ଧତା, ପାଣ୍ଠି ସ୍ଥାନାନ୍ତରଣ ପାଇଁ ପେମେଣ୍ଟ ସିଷ୍ଟମରେ ବିକାଶ ଏବଂ KYC ଆବଶ୍ୟକତା ପୂରଣ କରିବାରେ ସହଜତା ବୃଦ୍ଧି ପାଇଛି । ପାଣ୍ଠି ସ୍ଥାନାନ୍ତରଣ ପାଇଁ ଉପଭୋକ୍ତାମାନଙ୍କର ଏକାଧିକ ଡିଜିଟାଲ ବିକଳ୍ପ ରହିଛି । ସାମ୍ପ୍ରତିକ ଢ଼ାଞ୍ଚାରେ ସୁବିଧାଜନକ ସେବାର ସମୀକ୍ଷା ପରେ ପରିବର୍ତ୍ତନ କରାଯିବ ବୋଲି RBI କହିଛି ।

 

Get real time updates directly on you device, subscribe now.