fbpx

ଦରଦାମ୍ ନିୟନ୍ତ୍ରଣ ଚିନ୍ତା: ପୁଣି ରେପୋ ରେଟ୍ ବଢାଇବ RBI

ମୁମ୍ବାଇ: ଫେବୃଆରୀ ୬ ବା ଆସନ୍ତାକାଲି ବସିବାକୁ ଥିବା ଆରବିଆଇର ମୁଦ୍ରା ନୀତି କମିଟି (ଏମପିସି) ର ବୈଠକ ପରେ ପୁଣି ବଢିପାରେ ରେପୋ ରେଟ୍ । ଏହି ତିନି ଦିନିଆ ବୈଠକ ଫେବୃଆରୀ ୮ ପର୍ଯ୍ୟନ୍ତ ଚାଲିବ । ବୋଧହୁଏ ବୁଧବାର ଦିନ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେବେ ଯେ ସୁଧ ହାରରେ କୌଣସି ବୃଦ୍ଧି ହେଉଛି କି ରେପୋ ରେଟ୍ କରାଯାଉଛି କି ନାହିଁ । ଖବର ଅନୁଯାୟୀ, ଆରବିଆଇ ମଧ୍ୟ ଏଥର ସୁଧ ହାର ବୃଦ୍ଧି କରିବ । ବିଶ୍ଳେଷକଙ୍କ ଅନୁଯାୟୀ, ରେପୋ ହାର ୨୫ ବେସିସ୍ ପଏଣ୍ଟ କିମ୍ବା ୦.୨୫ ପ୍ରତିଶତ ବୃଦ୍ଧି କରାଯାଇପାରିବ । ଗତ ବର୍ଷ ଆରବିଆଇ ରେପୋ ହାରକୁ ୫ଥର ବୃଦ୍ଧି କରି ଏହାକୁ ୬.୨୫ ପ୍ରତିଶତକୁ ପର୍ଯ୍ୟନ୍ତ ନେଇଛି ।

ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ବୈଠକରେ ଏମପିସି ସୁଧ ହାରକୁ ୦.୩୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା । ଏଥିରେ ସୁଧ ହାର ତିନିଥର ୦.୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ରେପୋ ରେଟ୍ ବୃଦ୍ଧି ସହିତ ବ୍ୟାଙ୍କଗୁଡିକ ପାଇଁ ଆରବିଆଇରୁ ଟଙ୍କା ନେବା ମହଙ୍ଗା ହୋଇଯାଏ ଏବଂ ଏହାର ପ୍ରତ୍ୟକ୍ଷ ପ୍ରଭାବ ସାଧାରଣ ଲୋକଙ୍କ ପକେଟରେ ଉପରେ ପଡ଼ିଥାଏ । ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ପାଇଁ ଋଣ ମଧ୍ୟ ମହଙ୍ଗା କରନ୍ତି । ଗୃହ ୠଣ ସୁଧ ହାର ୮.୫୦ ପ୍ରତିଶତ ଅତିକ୍ରମ କରିସାରିଛି । ପୁଣି ଥରେ ସୁଧ ହାର ବୃଦ୍ଧି ହେତୁ ଏହାର ଆହୁରି ବଢିବାର ସମ୍ଭାବନା ଅଛି ।

Get real time updates directly on you device, subscribe now.