fbpx

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଦେହାନ୍ତ, ଦୁବାଇ ଡାକ୍ତରଖାନାରେ ହେଇଥିଲେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପରଭେଜ ମୁଶରଫଙ୍କ ଦେହାନ୍ତ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଏହି ଖବରକୁ ସୂତ୍ରରୁ ପ୍ରକାଶ କରିଛି। ମୁଶରଫ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ଦୁବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ଆଉ ଯାହା ଏବେ ଶୁଣିବାକୁ ମିଳୁଛି ତାଙ୍କର ଦେହାନ୍ତ ହେଇଛି ।
ସୂଚନାମୁତାବକ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫ ଙ୍କୁ କିଛିଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବଂ ତାଙ୍କ ରିକଭରୀ ଆଉ ସମ୍ଭବ ନୁହେଁ ବୋଲି ପରିବାର ଲୋକେ ମଧ୍ୟ ସୂଚନାଦେଇଥିଲେ । ଗତ ୩ ସପ୍ତାହ ଧରି ସେ ଡାକ୍ତରଖାନାରେ ଆଡମିଟ ହୋଇଥିବାବେଳେ ତାଙ୍କ ଶରୀରର ଅଙ୍ଗଗୁଡିକ ଅକାମି ହେଇଯାଇଥିଲା ।

ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁକୁ ନେଇ ଗୁଜବ ଶୁଣିବାକୁ ମିଳିଥିଲା। ଜେନେରାଲ ମୁଶରଫଙ୍କ ଦେହାନ୍ତ ହୋଇଯାଇଥିବା ବୋଲି କହି ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ। ତେବେ ଏହା ମିଥ୍ୟା ହେଇଥିବାରୁ ପରେ , ଏହି ଟ୍ୱିଟ୍ ଗୁଡିକ ପରେ ଡିଲିଟ୍ ହୋଇଥିଲା। କିନ୍ତୁ ଆଜି ତାଙ୍କ ଦେହାନ୍ତ ହେଇଥିବା ସୂଚନା ମିଳିଛି ।ସୂଚନା ଥାଉକି ପରଭେଜ ମୁଶରଫ ପାକିସ୍ତାନୀ ଜେନେରାଲ ଏବଂ ରାଜନେତା ଥିଲେ । ସେ ପାକିସ୍ତାନର ଦଶମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.