fbpx

ଡିଜିଟାଲ ପେମେଣ୍ଟ ବୃଦ୍ଧି ପାଇଁ RBI ଆରମ୍ଭ କରିବ Hackathon: ଆପଣ ଜିତିପାରିବେ ୪୦ ଲକ୍ଷ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ପେମେଣ୍ଟକୁ ଅଧିକ ସୁରକ୍ଷିତ ରଖିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛି । ବିଶ୍ୱସ୍ତରରେ ଆରବିଆଇ ପକ୍ଷରୁ ହାକାଥୋନ୍ ଆୟୋଜିତ କରାଯିବ । ଏହାର ନାମ ରଖାଯାଇଛି ‘ହର୍ବିଞ୍ଜର ୨୦୨୧’ । ଏହି ହାକାଥୋନରେ ଭାଗ ନେବା ପାଇଁ ଆପଣମାନେ ଆସନ୍ତା ୧୫ ତାରିଖରୁ ରେଜିଷ୍ଟ୍ରେସନ ଆରମ୍ଭ କରିପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରତିଯୋଗିତା ମାଧ୍ୟମରେ ସମସ୍ତଙ୍କୁ ଡିଜିଟାଲ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯିବ । ଡିଜିଟାଲ ପେମେଣ୍ଟକୁ କିପରି ଅଧିକ ସହଜ ଓ ସୁରକ୍ଷିତ କରାଯାଇପାରିବ ସେ ଉପରେ ଗୁରୁତ୍ୱ ଦିଆଯିବ । ହର୍ବିଞ୍ଜରରେ ଭାଗନେଉଥିବା ପ୍ରତିଯୋଗୀଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ଏଥିପାଇଁ ଏକ ଜୁରୀ ବର୍ଗ ବିଜେତାମାନଙ୍କୁ ଚୟନ କରିବେ । ପ୍ରଥମ ସ୍ଥାନରେ ରହିଥିବା ବିଜେତାଙ୍କୁ ୪୦ ଲକ୍ଷ ଟଙ୍କା, ଦ୍ୱିତୀୟ ସ୍ଥାନରେ ରହିଥିବା ବିଜେତାଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.