fbpx

ସାମନାକୁ ଆସିଲା ସେନ ୱାର୍ଣ୍ଣଙ୍କ ମୃତ୍ୟୁର ପ୍ରକୃତ ସତ୍ୟ: ଥାଇଲାଣ୍ଡ ପୋଲିସ ତରଫରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ତଥା କିଙ୍ଗ ଅଫ ସ୍ପିନ ସେନ ୱାର୍ଣ୍ଣଙ୍କ ମୃତ୍ୟୁକୁ ନେଇ ଏକ ବଡ ସତ୍ୟତା ସାମନାକୁ ଆସିଛି । ତାଙ୍କ ମୃତ୍ୟୁର ରହସ୍ୟ ସ୍ପଷ୍ଟ କରିଛି ଥାଇଲାଣ୍ଡ ପୋଲିସ ଡିପାର୍ଟମେଣ୍ଟ । ସେନ ୱାର୍ଣ୍ଣଙ୍କ ମୃତ୍ୟୁ ପରେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ହସ୍ତଗତ ହୋଇଛି । ସେେନେ ୱାର୍ଣ୍ଣଙ୍କ ମୃତ୍ୟୁ ପ୍ରାକୃତିକ ବୋଲି ସ୍ପଷ୍ଟ କରିଛି ପୋଲିସ । ଏ ନେଇ କୌଣସି ଦ୍ୱିବିଧା ନଥିବା ପୋଲିସ ତରଫରୁ ସୂଚନା ମିଳିଛି ।

What was Shane Warne's Cause of Death? The Cricket Legend Will Be Missed By  Many - The Teal Mango

ଥାଇଲାଣ୍ଡ ପୋଲିସ ତରଫରୁ ଏକ ବୟାନରେ କୁହାଯାଇଛି ଯେ, ପୋଲିସକୁ ସେନ ୱାର୍ଣ୍ଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ ହୋଇ ସାରିଛି । ଏହି ରିପୋର୍ଟ ଅନୁଯାୟୀ ୱାର୍ଣ୍ଣଙ୍କ ମୃତ୍ୟୁ ଏକ ପ୍ରକୃତିକ ମୃତ୍ୟୁ ବୋଲି କୁହାଯାଇଛି । ହୃଦଘାତ ଯୋଗୁଁ ତାଙ୍କରମୃତ୍ୟୁ ହୋଇଥିବା କହିଛି ଥାଇଲାଣ୍ଡ ପୋଲିସ । ଛୁଟି କାଟିବା ପାଇଁ ଥାଇଲାଣ୍ଡ ଯାଇଥିବା ବେଳେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ । ଫଳରେ ତାଙ୍କୁ ମେଡିକାଲ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଛି । ତେବେ ଥାଇଲାଣ୍ଡ ଯିବାର ୨ ସପ୍ତାହ ପୂର୍ବରୁ ୱାର୍ଣ୍ଣ କେବଳ ତରଳ ପଦାର୍ଥ ଖାଉଥିଲେ ବୋଲି କହିଛନ୍ତି ତାଙ୍କ ମ୍ୟାନେଜର ଜେମସ ଏର୍ସକିନେ ।

Get real time updates directly on you device, subscribe now.