fbpx
BSKY SKY
BSKY SKY

ରିଅଲ ଲାଇଫର ବଜରଙ୍ଗୀ ଭାଇଜାନ୍: ପ୍ରେମ ପାଇଁ ବର୍ଡର ଅତିକ୍ରମ

BSKY

କୋଲକାତା (ଓଡ଼ିଶା ଭାସ୍କର) : ପ୍ରେମ ଏପରି ଏକ ଜିନିଷ ଯାହା ପାଇଁ ମଣିଷ ସର୍ବଦା କିଛି ନା କିଛି ଅସମ୍ଭବ ଜିନିଷ କରିବାକୁ ପ୍ରୟାସ କରିଥାଏ । ଠିକ୍ ବଲିଉଡ୍ ଫିଲ୍ମର କାହାଣୀ ପରି ଜଣେ ଯୁବକ ଏମିତି କିଛି ଅବିଶ୍ୱସନୀୟ କାମ କରିଛନ୍ତି । ବଲିଉଡ୍ ଫିଲ୍ମ ବଜରଙ୍ଗୀ ଭାଇଜାନରେ ନାୟକ ସୀମା ଅତିକ୍ରମ କରି ଅନ୍ୟ ଦେଶରେ ଶିଶୁକୁ ପହଞ୍ଚାଇଥିବା ବେଳେ ନିଜ ପ୍ରେମକୁ ସଫଳ କରିବା ପାଇଁ ପଶ୍ଚିମବଙ୍ଗର ଜଣେ ଯୁବକ ସମାନ କାମ କରିଛନ୍ତି । ଜଣେ ବାଂଲାଦେଶୀ ଝିଅଙ୍କୁ ଭଲ ପାଇବା ପରେ ଅନୈତିକ ଭାବରେ ଭାରତୀୟ ସୀମା ଅତିକ୍ରମ କରି ଯୁବକ ଜଣକ ବାଂଲାଦେଶରେ ପ୍ରବେଶ କରିଥିଲେ । ସେଠାରେ ଯୁବତୀଙ୍କୁ ବିବାହ କରିବା ପରେ ଭାରତୀୟ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଦ୍ୱାରା ଗିରଫ ହୋଇଥିଲେ ପ୍ରେମୀ ଯୁଗଳ ।

ଘଟଣାଟି ଏହିପରି, ଅନଲାଇନରେ ବନ୍ଧୁତ୍ୱ । ବନ୍ଧୁତ୍ୱରୁ ପ୍ରେମ ଓ ଶେଷରେ ବିବାହର ନିଷ୍ପତ୍ତି ନେଇଥିଲେ ଦୁଇ ପ୍ରେମୀ ଯୁଗଳ । ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ବଲ୍ଲଭପୁର ବାସିନ୍ଦା ଜୟକାନ୍ତ ଚନ୍ଦ୍ର ରାୟ(୨୪) ଓ ବାଂଲାଦେଶର ନେରାଲୀର ୧୮ ବର୍ଷୀୟ ଯୁବତୀ ପରିଣୀତି(ଛଦ୍ମନାମ)ଙ୍କ ମଧ୍ୟରେ ଫେସବୁକ୍ ବନ୍ଧୁତାରୁ ପ୍ରେମ ସୃଷ୍ଟି ହୋଇଥିଲା । ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେବାରୁ ଜୟକାନ୍ତ ଭାରତୀୟ ସୀମା ଅତିକ୍ରମ କରି ବାଂଲାଦେଶରେ ପହଞ୍ଚିଥିଲେ । ସେଠାରେ ଯୁବତୀଙ୍କୁ ବିବାହ କରିବା ପରେ ଭାରତକୁ ଫେରୁଥିବା ବେଳେ ବିଏସଏଫ୍ ହାତରେ ଧରା ପଡିଥିଲେ ପ୍ରେମୀ ଯୁଗଳ । ଯୁବକ ଜଣଙ୍କ ଭାରତୀୟ ବୋଲି ଜଣାପଡିଥିଲେ ହେଁ ଯୁବତୀଙ୍କ ପରିଚୟ ମିଳିନଥିଲା । ଏହାପରେ ଉଭୟଙ୍କୁ ଅଟକ ରଖିଥିଲେ ବିଏସଏଫ୍ ଅଧିକାରୀ ।

Get real time updates directly on you device, subscribe now.