fbpx

ଟ୍ଵିଟରର ଦୁଃସାହସ: ଭାରତର ମାନଚ୍ଚିତ୍ରକୁ କଲା ବିକୃତ, ଜମ୍ମୁ-କଶ୍ମୀର ଓ ଲଦାଖକୁ ଦର୍ଶାଇଲା ଅଲଗା ଦେଶ

ନୂଆଦିଲ୍ଲୀ : ସରକାରଙ୍କ ସହ ଜାରି ବିବାଦ ମଧ୍ୟରେ ଟ୍ଵିଟର ପୁଣି ଥରେ ଏକ ମସ୍ତବଡ଼ ଭୁଲ୍ କରି ଦେଇଛି, ଯାହାର ପରିଣାମ ଦୁନିଆର ଏହି ବଡ଼ ସାମାଜିକ ଗଣମାଧ୍ୟମ କମ୍ପାନୀକୁ ଭୋଗିବାକୁ ପଡ଼ିପାରେ। ଟ୍ଵିଟର ଭାରତର ମାନଚ୍ଚିତ୍ରକୁ ବିକୃତ କରି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଦେଶ ଦର୍ଶାଇଛି। ସରକାରୀ ସୂତ୍ର ଅନୁଯାୟୀ,  ସରକାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି। ଏହା ପୂର୍ବରୁ ଟ୍ଵିଟର ଲଦାଖକୁ ଚୀନର ଅଂଶ ଭାବେ ଦର୍ଶାଇଥିଲା। ଏହା ଉପରେ କଡ଼ା ଆପତ୍ତି ପ୍ରକାଶ କରି ସରକାର ଟ୍ଵିଟରକୁ  ଚେତାବନୀ ମଧ୍ୟ ଦେଇଥିଲେ।

ଦେଶର ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମକୁ ମାନିବାରେ କୁଣ୍ଠାବୋଧ କରୁଥିବା ଟ୍ଵିଟର ନିଜର ଓ୍ଵେବସାଇଟର କ୍ୟାରିୟର ସେକ୍ସନରେ ଭାରତର ଭୁଲ୍ ମାନଚ୍ଚିତ୍ର ଦେଖାଇଛି। ଟ୍ଵିପ୍ ଲାଇଫ ସେକ୍ସନରେ ଭାରତର ମାନଚ୍ଚିତ୍ରରେ ଜମ୍ମୁ-କଶ୍ମୀର ଓ ଲଦାଖୁ ଅନ୍ୟ ଦେଶ ଭାବେ ଚିତ୍ରଣ କରାଯାଇଥିବା ବେଳେ ଲେହକୁ  ଚୀନର ଅଂଶ ବୋଲି ଦେଖାଇଛି।

ଟ୍ଵିଟର ଏମିତି ଭୁଲ୍ ସେହି ସମୟରେ କରିଛି, ଯେତେବେଳେ ଭାରତର ଆଇନ ନିୟମକୁ ନେଇ ସରକାର ସହ ବିବାଦ ଜାରି ରହିଛି। ନିକଟରେ ଟ୍ଵିଟର ଭାରତର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ଵିଟର ହ୍ୟାଣ୍ଡେଲକୁ  ଏକ ଘଣ୍ଟା ପାଇଁ ବ୍ଲକ୍ କରି ଦେଇଥିଲା। ଏବେ ଟ୍ଵିଟର ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି। ଟ୍ଵିଟରକୁ ନିକଟରେ ନାଇଜେରିଆ ଏହି ଧରଣର ତ୍ରୁଟି ପାଇଁ ନିଜ ଦେଶରେ ପ୍ରତିବନ୍ଧକ ଲଗାଇଛି।

Get real time updates directly on you device, subscribe now.