ଲଞ୍ଚ ହେଲା Realmeର ନୂଆ ବଜେଟ୍ ସ୍ମାର୍ଟଫୋନ, ବଜେଟରେ ମିଳିବ ୫୦୦୦ mAh ବ୍ୟାଟେରୀ ସହ ଭଲ କ୍ୟାମେରା

ଭାରତରେ ଲଞ୍ଚ ହେଲା Realme ର ନୂଆ ସ୍ମାର୍ଟଫୋନ Realme C 31 । ଏହା କମ୍ପାନୀର ଏକ ଏଣ୍ଟ୍ରୀ ଲେଭଲ ସ୍ମାର୍ଟଫୋନ ଏବଂ ଏହାକୁ ବଜେଟ ଦାମରେ ଲଞ୍ଚ କରାଯାଇଛି । ରିୟଲମିର ଏହି ନୂଆ ସ୍ମାର୍ଟଫୋନର ଡିଜାଇନ ପ୍ରାୟତଃ ରିୟଲମି ଜିଟି ୨ ପ୍ରୋ ଭଳି । କମ୍ପାନୀର ଏହି ବଜେଟ ସେଗମେଣ୍ଟ ଫୋନରେ କମ୍ପାନୀ ଭଲ ବ୍ୟାଟେରୀ ସହ କ୍ୟାମେରା ମଧ୍ୟ ଉପଲବ୍ଧ କରାଇଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ସ୍ମାର୍ଟଫୋନର ଫିଚର୍ସ…

ରିୟଲମି ସି ୩୧ ରେ ୬.୫ ଇଞ୍ଚର ଏଚଡି ଡିସପ୍ଲେ ଦିଆଯାଇଛି । ଏହି ନୂଆ ଫୋନ ଆଣ୍ଡ୍ରଏଡ୍ ୧୧ ବେସ୍ଡ ରିୟଲମି ୟୁଆଇ ଆର ଏଡିସନ ସଫ୍ଟଓୟାର ଦ୍ୱାରା ପରିଚାଳିତ । ଏହି ଫୋନରେ ୧.୮୨ Ghz ର Unisoc T612 ପ୍ରୋସେସର ଦିଆଯାଇଛି । ଫୋନର କ୍ୟାମେରା କହିଲେ ଏଥିରେ ୧୩ ମେଗାପିକ୍ସଲର ମେନ୍ କ୍ୟାମେରା ରହିଛି, ଗୋଟିଏ ମାକ୍ରୋ ସେନ୍ସର ଏବଂ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ସେନ୍ସର ରହିଛି ।

ପାୱାର ପାଇଁ ଏହି ଫୋନରେ ୫୦୦୦ ଏମଏଏଚ ବ୍ୟାଟେରୀ ଦିଆଯାଇଛି । ଯାହା ୪୫ ଦିନର ଷ୍ଟାଣ୍ଡବାଏ ସହ ରହିଛି । ଏହାର ବ୍ୟାଟେରୀ ୧୦ ୱାଟ ଚାର୍ଜିଂ ସପୋର୍ଟ ସହ ଦେଖିବାକୁ ମିଳିବ । ଫୋନରେ ୩.୫ ଏମଏମ ହେଡଫୋନ ଜ୍ୟାକ୍ ଏବଂ ବ୍ୟାଟେରୀ ଚାର୍ଜିଂ ପାଇଁ ୟୁଏସବି-ସି ପୋର୍ଟ ରହିଛି । ଫୋନର ଷ୍ଟୋରେଜକୁ ମେମୋରୀ କାର୍ଡ ସାହାଯ୍ୟରେ ୧ ଟିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ । କନେକ୍ଟିଭିଟି ପାଇଁ ପାଇଁ ରିୟଲମି ସି ୩୧ରେ ୱାଇ-ଫାଇ, ବ୍ଲୁଟୁଥ୍ ଏବଂ ଜିପିଏସ ଭଳି ଫିଚର୍ସ ରହିଛି ।

ତେବେ ଦାମ୍ କଥା କହିଲେ ରିୟଲମି ସି୩୧ ଦୁଇଟି ରାମ୍ ଭାରିଏଣ୍ଟରେ ଲଞ୍ଚ ହୋଇଛି । ଏହାର ୩ ଜିବି ୩୨ ଜିବି ଷ୍ଟୋରେଜର ଦାମ୍ ୮,୯୯୯ ଟଙ୍କା ରହିଛି, ସେହିଭଳି ଏହାର ୪ ଜିବି ଏବଂ ୬୪ ଜିବି ଭ୍ୟାରଏଣ୍ଟର ଦାମ୍ ୯,୯୯୯ ଟଙ୍କା ରହିଛି । ରିୟଲମି ସି ୩୧ ଲାଇଟ ସିଲଭର ଏବଂ ଡାର୍କ ଗ୍ରୀନ କଲରରେ ଲଞ୍ଚ ହୋଇଛି । ଫୋନ ୬ ଏପ୍ରିଲରେ ଫ୍ଲିପକାର୍ଟରେ ଏହାର ବିକ୍ରି ଆରମ୍ଭ ହେବ ।