Realme P3 Pro ଏବଂ Realme P3x ଭାରତରେ ହେଲା ଲଞ୍ଚ, 6000mAh ବ୍ୟାଟେରୀ ସହ ମିଳିବ 50MP କ୍ୟାମେରା

Realme ଦୁଇଟି ନୂଆ ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିଛି। ଏହି ଦୁଇଟି ଫୋନ ଦମଦାର ଫିଚର୍ସ ସହ ଗୋଟିଏ ବଜେଟରେ ଆସୁଛି।

ନୂଆଦିଲ୍ଲୀ: Realme ଭାରତୀୟ ବଜାରରେ ଦୁଇଟି ନୂଆ ସ୍ମାର୍ଟଫୋନକୁ ଲଞ୍ଚ କରିଛି। କମ୍ପାନୀ Realme P3 Pro ଏବଂ Realme P3x କୁ ଲଞ୍ଚ କରିଛି। ଏହି ଦୁଇଟି ସ୍ମାର୍ଟଫୋନ ଦମଦାର ଫିଚର୍ସ ଏବଂ ଭିନ୍ନ ଭିନ୍ନ ବଜେଟରେ ଆସିଥାଏ। ଯେଉଁଠାରେ Realme P3x କୁ କମ୍ପାନୀ ୧୫ ହଜାର ଟଙ୍କାରୁ କମ ବଜେଟରେ ଲଞ୍ଚ କରିଛି।

Realme P3 Pro ର ବଜେଟ ୨୫ ହଜାର। ପ୍ରୋ ଭାରିଆଣ୍ଟରେ AMOLED ଡିସପ୍ଲେ, Snapdragon 7s Gen3 ପ୍ରୋସେସର ଏବଂ 6000mAhର ବ୍ୟାଟେରୀ ଦେଇଛି। ଆସନ୍ତୁ ଜାଣିବା ଫୋନର ମୂଲ୍ୟ କେତେ ରହିଛି।

Realme P3 Pro କୁ କମ୍ପାନୀ ତିନୋଟି configurationରେ ଲଞ୍ଚ କରିଛି। ଏଥିରେ 8GB RAM + 128GB ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୨୩ ହଜାର ୯୯୯ ଟଙ୍କା। ସେହିପରି 8GB RAM + 256GB ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୨୪ ହଜାର ୯୯୯ ଟଙ୍କା ରହିଛି। ଏଥିସହ 12GB RAM + 256GB ଷ୍ଟୋରେଜ ଟପ୍ ଭାରିଆଣ୍ଟର ମୂଲ୍ୟ ୨୬ ହଜାର ୯୯୯ ଟଙ୍କା।

Realme P3x କଥା କହିଲେ, ଏହା ଦୁଇଟି configurationରେ ଲଞ୍ଚ ହୋଇଛି। ଏହାର 6GB RAM + 128GB ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୧୩ ହଜାର ୯୯୯। ସେହିପରି 8GB RAM + 128GB ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୧୪ ହଜାର ୯୯୯ ଟଙ୍କା।

ପ୍ରୋ ଭାରିଆଣ୍ଟର ସେଲ ୨୪ ଫେବୃଆରୀ ଏବଂ P3x ସେଲ ୨୮ ଫେବୃଆରୀରୁ ହେବ। ଏହାକୁ ଆପଣ ଫ୍ଲିପକାର୍ଟ ଏବଂ Realme.com ରେ କିଣିପାରିବେ।