ପରକ୍ରିୟା ପ୍ରୀତି ଆଜିର ସମାଜରେ ଏକ ମୁଖ୍ୟ ସମାଜ । ଏହି କାରଣରୁ ଅନେକ ପରିବାର ବର୍ବାଦ ହୋଇଯାଉଛି । ନିୟମିତ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେଉଛି । ତେବେ ଏହା ପଛରେ ଅନେକ କାରଣ ରହିଛି । ଏମିତି କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆମେ ଗୋଟିଏ ଭଲ ପରିବାର ଗଠନ କରିପାରିବା ଯାହାକି ଗୋଟିଏ ସୁସ୍ଥ ସମାଜରେ ନିର୍ମାଣରେ ସହାୟକ ହେବ । ଆସନ୍ତୁ ଜାଣିବା ସେହି କାରଣଗୁଡ଼ିକ ସମ୍ପର୍କରେ:-
– ଅଶିକ୍ଷା କାରଣରୁ ଅନେକ ପୁଅ ବା ଝିଅ ୨୦ ବର୍ଷରୁ କମ୍ ବୟସରୁ ବିବାହ କରିଥାନ୍ତି । ଏହି ବୟସରେ ସେମାନେ ପରିପକ୍ୱ ହୋଇନଥାନ୍ତି, ଫଳରେ ଯେ କୌଣସି କଥାକୁ ଠିକ ଭାବେ ନିର୍ଣ୍ଣୟ ନେଇପାରନ୍ତି ନାହିଁ । ଭୁଲ, ଠିକର ବିଚାର କରିବାର ଶକ୍ତିର ଅଭାବ ହେତୁ ବିବାହ କରି ମଧ୍ୟ ଅନ୍ୟମାନଙ୍କ ପ୍ରତି ସେମାନଙ୍କର ଆକର୍ଷଣ ରହିବା ସ୍ୱାଭାବିକ ।
– ଗ୍ରାମାଞ୍ଚଳମାନଙ୍କରେ ବିଶେଷ କରି ଝିଅମାନେ ପରିବାରର ଚାପରେ ଇଚ୍ଛା ନଥାଇ ବି ବିବାହ କରିଥାନ୍ତି । ସେମାନେ ବିବାହ ପରେ ମଧ୍ୟ ନିଜ ରିଲେସନସିପକୁ ନେଇ ସର୍ବଦା ଅସନ୍ତୁଷ୍ଟ ରହିଥାନ୍ତି । ଏହା ପରବର୍ତ୍ତୀ ସମୟରେ ବିବାହ ବିଚ୍ଛେଦର କାରଣ ସାଜିଥାଏ ।
– କିଛି ଦମ୍ପତ୍ତିଙ୍କର ବିବାହ ପରେ ୧-୨ ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ଠିକ ରହିଥାଏ । ମାତ୍ର ସନ୍ତାନ ଜନ୍ମ ପରେ ଅନେକ ପୁରୁଷ ବା ମହିଳା ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହି ପରସ୍ପରକୁ ସମୟ ଦେଇ ପାରିନଥାନ୍ତି । ଫଳରେ ସେମାନେ ନିଜର ବ୍ୟକ୍ତିଗତ ଖୁସିରୁ ବଞ୍ଚିତ ହୋଇଥାନ୍ତି, ଯାହାକି ପରକ୍ରିୟା ପ୍ରୀତି ଆଡ଼କୁ ଇସାରା କରିଥାଏ ।