ଦେଖନ୍ତୁ ଏହି ଲୋମଟାଙ୍କୁରା (Video) ଭୂ-କମ୍ଭର ତୀବ୍ରତା କମ୍ ଥାଇ ମଧ୍ୟ ଦିଲ୍ଲୀକୁ ଏତେ ବଡ଼ ଝଟକା ଲାଗିବା ପଛର କ’ଣ କାରଣ …

ଜାଣନ୍ତୁ ଦିଲ୍ଲୀ ଭୂ-କମ୍ପ ପଛର କାରଣ । ଲୋକେ କ’ଣ ପାଇଁ ଘରୁ ବାହାରକୁ ଚାଲିଆସିଲେ ।

ନୂଆଦିଲ୍ଲୀ: ଭୂକମ୍ପ କାରଣରୁ ଦିଲ୍ଲୀ ଏନସିଆରରେ ରହୁଥିବା ଲୋକ ଆଜି ସକାଳୁ ଉଠିପଡ଼ିଛନ୍ତି । ଦିଲ୍ଲୀ, ନୋଏଡା, ଗାଜିଆବାଦର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଭୂକମ୍ପର ତୀବ୍ରତା ୪ ଥିବାବେଳେ ଏହାର ଝଟକା ଅଧିକ ଅନୁଭୂତ ହେବା ନେଇ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି ।

ବଡ଼ ଝଟକା: କମ୍ ମ୍ୟାଗନିଚ୍ୟୁଡ ହୋଇ ମଧ୍ୟ ଏହି ଭୂକମ୍ପ କ’ଣ ପାଇଁ ଏତେ ବଡ଼ ଝଟକା ଦେଲା ତାକୁ ଭାବି ଏବେ ସବୁ ଚିନ୍ତାରେ । ଝିଲ ପାର୍କ ଅଞ୍ଚଳ ଭୂମି କମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ସ୍ଥାନୀୟ ଲୋକଙ୍କୁ ଭୂ-କମ୍ପ ସମୟରେ ଭୟଙ୍କର ଶବ୍ଦ ଶୁଣାଯାଇଥିବା ସେମାନେ କହିଛନ୍ତି ।

ସୂଚନା ମୁତାବକ ଭୂକମ୍ପର ଗଭୀରତା ୫ରୁ ୧୦ କିଲୋମିଟର ରହିଥିବାବେଳେ ଏହା ଅତ୍ୟନ୍ତ ଭୟଙ୍କର ଅନୁଭୂ୍ତ ହୋଇଥିଲା ।

ଭିଡିଓ ଭାଇରାଲ: ପୂର୍ବରୁ ଦିଲ୍ଲୀରେ ଅନୁଭୂତ ଭୂମି କମ୍ପର କେନ୍ଦ୍ରସ୍ଥଳ ହିମାଞ୍ଚଳ, ଜମ୍ମୁ-କଶ୍ମୀର ରହୁଥିଲା, ଯେଉଁ କାରଣରୁ ଦିଲ୍ଲୀରେ ସାମାନ୍ୟ ଭୂମି କମ୍ପ ଅନୁଭୂତ ହେଉଥିଲା । କିନ୍ତୁ ଆଜି ଅନୁଭୂତ ଭୂ-କମ୍ପର କନ୍ଦ୍ରେସ୍ଥଳ ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହାର ବଡ଼ ଧରଣର ଝଟକା ଅନୁଭୂତ ହେଉଥିବା ଜଣାପଡ଼ିଛି ।

ଭୂକମ୍ପର ଏକାଧିକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ୟୁଜର୍ସ ।

ପଛର କାରଣ: ଦିଲ୍ଲୀରେ ଆକ୍ଟିଭ ସେସମିକ୍ ଜୋନ୍ ହୋଇଥିବା କାରଣରୁ ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି ବୋଲି କୁହାଯାଉଛି । ଏହାଛଡ଼ା ଦିଲ୍ଲୀର ଏହି ପାଶ୍ୱର୍ ହିମାଳୟକୁ ମଧ୍ୟ ଲାଗିକରି ରହିଛି, ଯାହାର ସେସମିକ୍ ଖବୁ୍ ଆକ୍ଟିଭ୍ ଅଛି ।
ବହୁତଗୁଡ଼ିଏ ଦୁର୍ବଳ ଜୋନ ମଧ୍ୟ ଦିଲ୍ଲୀକୁ ଘେରି ରହିଛି । ଉଦାୟରଣ ସ୍ୱରୂପ ଦିଲ୍ଲୀ- ହରିଦ୍ୱାର ବ୍ରିଜ୍, ମହେନ୍ଦ୍ରଗଡ଼-ଡେରାଡୁନ୍, ମୋରାଦାବାଦ ଫ୍ଲଟ, ସୋହନା ଫ୍ଲଟ୍, ଦିଲ୍ଲୀ-ଦର୍ଗୋଦା ବ୍ରିଜ୍ ଏବଂ ଯମୁନା ନଦୀ ଇତ୍ୟାଦି ।

ଭୂ-କମ୍ପକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ସତର୍କ କରାଇଛନ୍ତି । ଏକ୍ସରେ ଏକ ପୋଷ୍ଟ ଶେୟାର କରି ମୋଦି କହିଛନ୍ତି, ଭୂକମ୍ପ ପରର ଝଟକା ଅନୁଭୂତ ହେବାର ଆଶଙ୍କା ରହିଛି, ଡରିବାର କୌଣସି କାରଣ ନାହିଁ । ସରକାରୀ ଅଧିକାରୀ ଏହା ଉପରେ ନଜର ରଖିଛନ୍ତି ।

ଭୋର ସମୟରେ ହଠାତ୍ ଭୂକମ୍ପ ଝଟକା ପାଇଁ ସ୍ଥାନୀୟ ଲୋକଙ୍କ ନିକଟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ନୋଏଡା ସେକ୍ଟର ୨୦ରେ ରହୁଥିବା ୫୦ ବର୍ଷୀୟା ମହିଳା କହିଛନ୍ତି, ଆମେ ମର୍ଣ୍ଣିଂ ୱାକ୍ କରୁଥିଲୁ । ହଠାତ୍ ଭୂକମ୍ପ ଅନୁଭୂତ ହେଲା ଆଉ ଆପାର୍ଟମଣ୍ଟେର ସବୁଲୋକ ଘରୁ ବାହାରକୁ ଚାଲିଆସିଲେ ।