fbpx

ଆପଣଙ୍କୁ ଆସୁଛି କି’ ସିକ୍ୟୁରିଟି କୋଡ୍ ଚେଞ୍ଚ୍ ମେସେଜ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ପାଇଁ ମଲ୍ଟି ଡିଭାଇସ ଫିଚରର ଆରମ୍ଭ କରିଛି । ଏହାରି ମଧ୍ୟରେ ହ୍ୱାଟ୍ସଆପରେ ଆପଣ ନୋଟିସ୍ କରିଥିବେ ୟୁଜର୍ସଙ୍କୁ ସିକ୍ୟୁରିଟି କୋଡ୍ ଚେଞ୍ଚ୍ ର ମେସେଜ୍ ଦେଖାଦେଉଛି । ସାଧାରଣତଃ ସିକ୍ୟୁରିଟି କୋଡ୍ ସେତେବେଳେ ପରିବର୍ତ୍ତନ ହୋଇଥାଏ ଯେତେବେଳେ ଫୋନ ବଦଳାଯାଇଥାଏ । କିନ୍ତୁ ଏବେ ୟୁଜର୍ସଙ୍କୁ ଫୋନ ନବଦଳାଇ ମଧ୍ୟ ସିକ୍ୟୁରିଟି କୋଡ୍ ଚେଞ୍ଚର ମେସେଜ ଦେଖାଯ।।ଉଛି । ହ୍ୱାଟ୍ସଆପ୍ ମୁତାବିକ ମଲ୍ଟି ଡିଭାଇସ ଫିଚର ଯୋଗୁଁ ଏହି ସିକ୍ୟୁରିଟି କୋଡ୍ ଚେଞ୍ଚ ମେସେଜ ଦେଖାଯାଉଛି ।

ହ୍ୱାଟ୍ସଆପ ମଲ୍ଟି ଡିଭାଇସ ଫିଚର ନିକଟରେ ୟୁଜର୍ସଙ୍କୁ ପାଇଁ ରୋଲ ଆଉଟ୍ ହୋଇଛି । ଏହି ଫିଚର ଅନୁଯାୟୀ ଆପଣ ବିନା ଫୋନରେ ଇଣ୍ଟରନେଟ୍ ଚଳାଇ ମଧ୍ୟ ହ୍ୱାଟ୍ସଆପ୍ ୱେବର ବ୍ୟବହାର କରିପାରିବେ । ଏହା ପୂର୍ବରୁ ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରିବା ପାଇଁ ଫୋନରେ ମଧ୍ୟ ଇଣ୍ଟରନେଟ ଦରକାର ପଡ଼ୁଥିଲା । ହ୍ୱାଟ୍ସଆପ ଅନୁଯାୟୀ ୟୁଜର୍ସଙ୍କୁ ସିକ୍ୟୁରିଟି କୋର୍ଡ ପରିବର୍ତ୍ତନ ନୋଟିଫିକେସନ ସର୍ଭର ଅପଡେଟ ଯୋଗୁଁ ଦେଖାଯାଉଛି । ଏହା ମଲ୍ଟି ଡିଭାଇସ ରୋଲ ଆଉଟର ହିଁ ଏକ ଅଂଶ ।

ଆସନ୍ତୁ ଜାଣିବା ଏହି ସିକ୍ୟୁରିଟି କୋଡ୍ କେମିତି କାମ କରିଥାଏ:

ହ୍ୱାଟ୍ସଆପ୍ ଚାଟ୍ ଏଣ୍ଡ ଟୁ ଏଣ୍ଡ ଏନକ୍ରିପଟେଡ ହୋଇଥାଏ । ଏମିତିରେ ୟୁଜର୍ସଙ୍କ ମଧ୍ୟରେ ଚ୍ୟାଟ୍ ସଂପୂର୍ଣ୍ଣ ଭାବରେ ଏନକ୍ରିପଟେଡ ହେଇଥାଏ । ଏହି କୋଡ୍ ଆପଣ ୟୁଜର୍ସଙ୍କ କଣ୍ଟାକ୍ଟ ସୂଚନା ସ୍କ୍ରିନ କିମ୍ବା ପ୍ରୋଫାଇଲରେ ଦେଖିପାରିବେ । ଏହି କୋଡ୍ ୬୦ ଡିଜିଟର ହୋଇଥାଏ ଏବଂ ଏଠାରେ ଏକ କ୍ୟୁଆର କୋଡ୍ ମଧ୍ୟ ରହିଥାଏ । ହ୍ୱାଟ୍ସଆପ ଅନୁଯାୟୀ ଏହି କୋଡ୍ ପ୍ରତି ଚାଟ୍ ପ୍ରତି ୟୁନିକ ହୋଇଥାଏ ଏବଂ ଏହାଦ୍ୱାରା ସୁନିଶ୍ଚିତ କରାଯାଏ ଯେ ଚ୍ୟାଟ୍ ସଂପୂର୍ଣ୍ଣ ଭାବରେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପଟେଡ ରିହିଛି କି ନାହିଁ ।

Get real time updates directly on you device, subscribe now.