fbpx

(Video) ଜଣାପଡ଼ିଲା ହତ୍ୟା ପଛର କାରଣ: ଏଥିପାଇଁ ଭୋଟ କେନ୍ଦ୍ର ସାମ୍ନାରେ ସ୍ତ୍ରୀକୁ ହାଣିଥିଲା ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ନିର୍ବାଚନ ଆୟୋଗ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ହେଁ କିଛି ବୁଥରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଏହି କ୍ରମରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଉପୁର ପଞ୍ଚାୟତରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥିଲା । ଭୋଟ ଦିନରେ କ’ଣ ପାଇଁ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ସେନେଇ ସମସ୍ତଙ୍କ ମନରେ ପଶ୍ନବାଚୀ ସୃଷ୍ଟି ହୋଇଥିଲା ।

ମୃତ ମହିଳାଙ୍କର ନାମ ରଶ୍ମୀରେଖ ବେହେରା ଓ ଅଭିଯୁକ୍ତ ସ୍ୱାମୀଙ୍କ ନାମ ପ୍ରଭାକର ବେହେରା । ରଶ୍ମୀରେଖା ଭୋଟ ଦେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ସମୟରେ ଅଚାନକ ପ୍ରଭାକର ସେଠାରେ ପହଞ୍ଚି ସ୍ତ୍ରୀଙ୍କୁ ଆଖିବୁଜା ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରଶ୍ମୀରେଖାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ତେବେ ଏହା ମଧ୍ୟରେ କ’ଣ ପାଇଁ ପ୍ରଭାକର ଏହି କାଣ୍ଡ ଘଟଣାଇଥିଲେ ତା’ ପଛର କାରଣ ସାମ୍ନାକୁ ଆସିଛି ।

ଖବର ମୁତାବକ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗତ ୨ ବର୍ଷ ହେଲା କଳହ ଲାଗି ରହିଥିଲା । ସେଥିପାଇଁ ମାମଲାରେ ଥାନାରେ ପହଞ୍ଚିଥିବା ବେଳେ ଆସନ୍ତା ୫ ତାରିଖରେ ମହିଳା କମିଶନରେ ତାହା ସମାଧାନ ହେବାର ଥିଲା । ରଶ୍ମୀରେଖା ଶ୍ୱଶୂର ଘରେ ନରହି ନିଜ ଘରକୁ ଚାଲି ଯାଇଥିଲେ । ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଛି । ତେବେ ରଶ୍ମୀରେଖା ଭୋଟ ଦେବା ପାଇଁ ଯାଇଥିବା ଖବର ପାଇବା ପରେ ପ୍ରଭାକର କିଛି ନକହି ସିଧାସଳଖ ରଶ୍ମୀରେଖାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଘଟଣାସ୍ଥଳରେ ରଶ୍ମୀରେଖାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.