fbpx

ଏପ୍ରିଲରେ ରେକର୍ଡ ସ୍ତରରେ ପହଞ୍ଚିଲା ଜିଏସଟି ସଂଗ୍ରହ, ଭାଙ୍ଗିଲା ନିଜର ସମସ୍ତ ପୁରୁଣା ରେକର୍ଡ

Advertisement

ନୂଆଦିଲ୍ଲୀ: ଆୟ କରି ଦୃଷ୍ଟିରୁ ଏପ୍ରିଲ ମାସ ସରକାରଙ୍କ ପାଇଁ ଭଲ ରହିଛି। ଜିଏସଟି(ବସ୍ତୁ ଓ ସେବା କର) ସଂଗ୍ରହ ନିଜର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି। ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ୧.୬୮ ଲକ୍ଷ କୋଟି ଟଙ୍କା ରହିଛି। ଜିଏସଟି ଲାଗୁ ହେବା ପରଠୁ କୌଣସି ମାସରେ ଜିଏସଟି ସଂଗ୍ରହ ୧.୫୦ ଲକ୍ଷ କୋଟି ଟପିନଥିଲା। ଅର୍ଥ ମନ୍ତ୍ରଣାଳୟ ତରଫରୁ ରବିବାର ଏହାର ସୂଚନା ଦିଆଯାଇଛି।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ୧,୪୨ ଲକ୍ଷ କୋଟି ରହିଥିଲା। ମାର୍ଚ୍ଚ ତୂଳନାରେ ଏପ୍ରିଲରେ ଜିଏସଟି ସଂଗ୍ରହ ୨୫ ଲକ୍ଷ କୋଟିରୁ ଅଧିକ ରହିଛି। ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ଏହା ଏକ ଭଲ ସଙ୍କେତ।

 

୨୦୨୨ ଏପ୍ରିଲରେ ସକଳ ଜିଏସଟି ରାଜସ୍ଵ ୧, ୬୭,୫୪୦ କୋଟି ରହିଛି। ଏଥିରେ ସିଜିଏସଟି ୩୩,୧୫୯ କୋଟି, ଏସଜିଏସଟି ୪୧,୭୯୩ କୋଟି, ବସ୍ତୁ ଉପରେ ଆମଦାନୀ କର ୩୬,୭୦୫ କୋଟି, ଆଇଜିଏସଟି ୮୧,୯୩୯ କୋଟି ଏଂ ସାମଗ୍ରୀ ଆମଦାନୀ ଉପରେ ୮୫୭ କୋଟି ସହିତ ଉପକର ୧୦,୬୪୯ କୋଟି ଟଙ୍କା ରହିଛି।

ସରକାର ଆଇଜିଏସଟିରୁ ୩୩,୪୨୩ କୋଟି ସିଜିଏସଟି ଏବଂ ୨୬୯୬୨ କୋଟି ଟଙ୍କା ଏସଜିଏସଟି ଭାବେ ଧାର‌୍ୟ୍ୟ କରିଛନ୍ତି। ଏସବୁ ପରେ ଏପ୍ରିଲ ମାସରେ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ୍ ରାଜସ୍ଵ ସିଜିଏସଟି ଉପରେ ୬୬,୫୮୨ କୋଟି ଟଙ୍କା ଏବଂ ଏସଜିଏସଟି ଉପରେ ୬୮,୭୫୫ କୋଟି ଟଙ୍କା ରହିଛି। ୨୦୨୨ ଏପ୍ରିଲର ରାଜସ୍ଵ ଗତ ବର୍ଷ ଠିକ୍ ଏହି ମାସର ଜିଏସଟି ରାଜସ୍ଵଠୁ ୨୦ ପ୍ରତିଶତ ଅଧିକ ସଂଗ୍ରହ ହୋଇଛି।

 

Get real time updates directly on you device, subscribe now.