fbpx

ଭାରତୀୟ ଡାକ ବିଭାଗ ପାଇଁ ଆସିଲା ବିଜ୍ଞପ୍ତି: ବିନା ପରୀକ୍ଷାରେ ସରକାରୀ ଡାକ ବିଭାଗରେ ମିଳିବ ନିଯୁକ୍ତି

ଯୁବଗୋଷ୍ଠୀଙ୍କ ପାଇଁ ଆସିଛି ନୂଆ ବିଜ୍ଞପ୍ତି । ଭାରତୀୟ ଡାକ ବିଭାଗ ତରଫରୁ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ସରକାରୀ ଚାକିରି ପାଇଁ ଖୋଜି ହେଉଥିବା ଯୁବବର୍ଗମାନଙ୍କ ପାଇଁ ଭାରତୀୟ ଡାକ ବିଭାଗରେ ସୃଷ୍ଟି ହୋଇଛି ଶୂନ୍ୟସ୍ଥାନ । ଦିଲ୍ଲୀର ଭାରତୀୟ ଡାକ ତରଫରୁ ନିଯୁକ୍ତି ପାଇଁ ମେଲ ମୋଟର ସେବା ବିଭାଗ ଅଧୀନରେ ଷ୍ଟାଫ କାର ଡ୍ରାଇଭର ପଦବୀରେ ଆବେଦନ କରିଛି । ଭାରତୀୟ ଡାକର ଅଫିସିଆଲ ୱେବସାଇଟ indianpost.gov.in ରେ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୯ଟି ପଦବୀ ପାଇଁ ନିଯୁକ୍ତି ଦିଆଯିବ ।

ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହାର ଶେଷ ତାରିଖ ମାର୍ଚ୍ଚ ୧୫ ତାରିଖ ଧାର୍ଯ୍ୟ କରାଯାଇଛି । ଯେଉଁଥିରେ ମୋଟ ୨୯ ଜଣ ଷ୍ଟାଫ କାର ଡ୍ରାଇଭରଙ୍କୁ ନିଯୁକ୍ତି କରାଯିବ । ଏହାକୁ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ବୋର୍ଡରୁ ଦଶମ ପାସ କରିଥିବା ଆବଶ୍ୟକ । ଏହାସହିତ ତାଙ୍କ ନିକଟରେ ବୈଧ ଡ୍ରାଇଭିଙ୍ଗ ଲାଇସେନ୍ସ ଥିବା ନିହାତି ଆବଶ୍ୟକ । ତେବେ ପ୍ରାର୍ଥୀଙ୍କ ବୟସସୀମା ୧୮-୨୭ ହୋଇଥବା ସ୍ଥିର ହୋଇଛି ।

Get real time updates directly on you device, subscribe now.