fbpx

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିଯୁକ୍ତି ସୁଯୋଗ: ୬ ପ୍ରକାର ପଦ ଖାଲି, ମାସିକ ବେତନ ୨୫ ହଜାରରୁ ଆରମ୍ଭ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜଧାନୀର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ ମ୍ୟାନେଜର, ଆର୍କିଟେକ୍ଟ, ସିଭିଲ ଇଞ୍ଜିନିୟରିଂ ଏକ୍ସପର୍ଟ, ହର୍ଟିକଲଚରିଷ୍ଟ, ଆଇଟି ଏକ୍ସପର୍ଟ ଓ ଆକାଉଣ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରୋଜେକ୍ଟ ମ୍ୟାନେଜର ପଦ ପାଇଁ ପ୍ରାର୍ଥୀ ବିଇ/ ବି.ଟେକ ସହିତ ଯେ କୌଣସି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଫାଇନାନ୍ସ / ଏମବିଏରେ ପୋଷ୍ଟ ଗ୍ରାଜୁଏସନ କରିଥିବେ । ପ୍ରାର୍ଥୀଙ୍କୁ ମାସିକ ୬୦ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ପ୍ରାର୍ଥୀଙ୍କର ୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବ । ଆର୍କିଟେକ୍ସ (ସିଭିଲ) ପଦ ପାଇଁ ପ୍ରାର୍ଥୀ ଯେ କୌଣସି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଆର୍କିଟେକଚରରେ ସ୍ନାତକ / ସ୍ନାତକୋତ୍ତର କରିଥିବେ । ପ୍ରାର୍ଥୀଙ୍କୁ ମାସିକ ୫୦ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ପ୍ରାର୍ଥୀଙ୍କର ୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ ।

ସିଭିଲ ଇଞ୍ଜିନିୟରିଂ ଏକ୍ସପର୍ଟ ପଦ ପାଇଁ ପ୍ରାର୍ଥୀ ସିଭିଲ ଇଞ୍ଜିନିୟରିଂରେ ବି.ଇ / ବି.ଟେକ ପାସ୍ କରିଥିବେ । ଏଥିସହିତ ୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବ । ପ୍ରାର୍ଥୀଙ୍କୁ ମାସିକ ୪୦ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ହର୍ଟିକଲଚରିଷ୍ଟ ପଦ ପାଇଁ ପ୍ରାର୍ଥୀ ହର୍ଟିକଲଚରରେ ବିଏସି / ଏମଏସସି ପାସ କରିବା ସହିତ ୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବ । ପ୍ରାର୍ଥୀଙ୍କୁ ମାସିକ ୩୫ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ଆଇଟି ଏକ୍ସପର୍ଟ ପାଇଁ ପ୍ରାର୍ଥୀ କମ୍ପ୍ୟୁଟର ବିଜ୍ଞାନ / ଆଇଟିରେ ବି.ଟେକ କରିବା ସହିତ ୩-୫ ବର୍ଷର ଅଭିଜ୍ଞତା ରହିଥିବ । ପ୍ରାର୍ଥୀଙ୍କୁ ମାସିକ ୩୫ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ଆକାଉଣ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ବାଣିଜ୍ୟ / ବିଜିନେସ ଆଡମିନିଷ୍ଟ୍ରେସନ / ଆକାଉଣ୍ଟିଂରେ ସ୍ନାତକ / ସ୍ନାତକୋତ୍ତର କରିଥିବେ । ପ୍ରାର୍ଥୀଙ୍କର ୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥି । ପ୍ରାର୍ଥୀଙ୍କୁ ମାସିକ ୨୫ ହଜାର ଟଙ୍କା ବେତନ ପ୍ରଦାନ କରାଯିବ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nandankanan.org/

ନୋଟିଫିକେସନ ଲିଙ୍କ-୧: https://www.nandankanan.org/images/documents/1692993478.pdf

ନୋଟିଫିକେସନ ଲିଙ୍କ-୨: https://www.nandankanan.org/images/documents/1692993301.pdf

ଆବେଦନ ଫର୍ମ ଲିଙ୍କ: https://www.nandankanan.org/images/documents/1693084413.pdf

Get real time updates directly on you device, subscribe now.