ଚଳିତ ମାସ ପହିଲାରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହା ମଧ୍ୟରେ ପୁଣି ଆସିଛି ଏକ ଚାକିରି ସୁଯୋଗ । ପୁଣି ଜାରି ହୋଇଛି ଆଉ ଏକ ନିଯୁକ୍ତି ବିଜ୍ଞପ୍ତି । ପ୍ରାର୍ଥୀଙ୍କୁ ଜୁନିୟର ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ଦିଆଯିବ ।
ନଭେମ୍ବର ମାସ ୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୬ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କୁ ୨୫,୫୦୦- ୮୧,୧୦୦ ଲେବଲ-୭ ପେ’ ସ୍କେଲରେ ବେତନ ପ୍ରଦାନ କରାଯିବ । ମୋଟ ୩୬ଟି ପଦ ଖାଲି ରହିଥିବା ବେଳେ ୟୁଆରଙ୍କ ପାଇଁ ୧୧ଟି, ସାମାଜିକ ଓ ଆର୍ଥକ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୫ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୮ଟି, ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୧୨ଟି ପଦ ଖାଲି ରହିଛି ।
ଚଳିତ ମାସ ୨ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ଏସସି, ଏସଟି, ଏସଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷର ବୟସ କୋହଳ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱିକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିବା ସହିତ ମିନିଟକୁ ଶର୍ଟହାଣ୍ଡରେ ୮୦ଟି ଶବ୍ଦ ଓ ୪୦ଟି ଶବ୍ଦ ଟାଇପିଂ କରିପାରୁଥିବେ । ଏଥିସହିତ କମ୍ପ୍ୟୁଟର ଆପ୍ଲିକେସନରେ ଆବଶ୍ୟକ ଜ୍ଞାନ ରହିଥିବା ଆବଶ୍ୟକ । ଏଥିପାଇଁ ପ୍ରାର୍ଥୀଙ୍କୁ ଇଂରାଜୀ ବିଷୟ ଟେଷ୍ଟ, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ସହିତ ଦକ୍ଷତା ଟେଷ୍ଟରେ କ୍ୱାଲିଫାଏ କରିବାକୁ ପଡ଼ିବ ।
ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/176/