fbpx

SBIରେ ଅଫିସର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ୯୦ ହଜାର ଟଙ୍କା ଦରମା, ଜାଣନ୍ତୁ ଆବେଦନ କରିବାର ଶେଷ ତାରିଖ

ନୂଆଦିଲ୍ଲୀ: ବ୍ୟାଙ୍କ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । SBI ଏହାର ସ୍ପେଶାଲିଷ୍ଟ କ୍ୟାଡର ଅଫିସର(SCO) ୧୯୪୭ ରିକ୍ତ ପଦବୀରେ ନିଯୁକ୍ତି ସୁଯୋଗ ଆଣିଛି । ପ୍ରାର୍ଥୀ ଜଣଙ୍କ ଏସବିଆଇର ଅନଲାଇନ୍ ୱେବସାଇଟ୍ https:// sbi.co.inକୁ ଯାଇ ଆବେଦନ କରିପାରିବେ ।

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସ୍ପେଶାଲିଷ୍ଟ କ୍ୟାଡର ଅଫିସର ୨୦୨୪ ପାଇଁ ଆସିଷ୍ଟାଣ୍ଟ ମ୍ୟାନେଜର(ସିଷ୍ଟମ) ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୨୧ରୁ ୩୦ ବର୍ଷ ରହିଛି । ଏହା ବ୍ୟତୀତ ଅନ୍ୟ ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୨୫-୩୦ ବର୍ଷ ଭିତରେ ରହିଛି । ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମା ନିୟମ ଅନୁଯାୟୀ ରିଆତି ରହିଛି ।

SBIର ନିମ୍ନଲିଖିତ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି

– ଡେପୁଟି ମ୍ୟାନେଜର(ସିଷ୍ଟମ): ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଏବଂ ଡେଲିଭରି- ୧୮୭ ପଦବୀ

– ଡେପୁଟି ମ୍ୟାନେଜର(ସିଷ୍ଟମ): ଇନଫ୍ରା ସପୋର୍ଟ ଏବଂ କ୍ଲାଉଡ୍ ଅପରେସନ୍ସ- ୪୧୨ ପଦବୀ

– ଡେପୁଟି ମ୍ୟାନେଜର(ସିଷ୍ଟମ): ନେଟୱାର୍କ ଅପରେସନ୍ସ- ୮୦ ପଦବୀ

– ଡେପୁଟି ମ୍ୟାନେଜର(ସିଷ୍ଟମ): ଆଇଟି ଆର୍କିଟେକ୍ଟ- ୨୭ ପଦବୀ

– ଡେପୁଟି ମ୍ୟାନେଜର(ସିଷ୍ଟମ): ଇନଫର୍ମେସନ୍ ସିକୁ୍ୟରିଟି- ୦୭ ପଦବୀ

– ଆସିଷ୍ଟାଣ୍ଟ ମ୍ୟାନେଜର(ସିଷ୍ଟମ୍ସ): ୭୮୪ ପଦବୀ

ଆବେଦନ ଶୁଳ୍କ ଏବଂ ଶିକ୍ଷାଗତ ଯୋଗ୍ୟତା

ଜେନେରାଲ/ଓବିସି/EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ରହିଥିବା ବେଳେ ଅନୁସୁଚିତ ଜାତି/ଜନଜାତି/ ଦିବ୍ୟାଙ୍ଗଙ୍କ ପାଇଁ କିଛି ଶୁଳ୍କ ନାହିଁ । ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ଜଣଙ୍କ କମ୍ପ୍ୟୁଟର ସାଇନ୍ସ/କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ/ଆଇଟି / ଇଲେକ୍ଟ୍ରୋନିକ୍ସ/ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ ଇଂଜିନିୟରିଂ/ ସଫ୍ଟୱେୟାର ଇଂଜିନିୟରିଂ କିମ୍ବା ସମକକ୍ଷ ଡିଗ୍ରୀ ଥିବା ଆବଶ୍ୟକ । ଏହା ବ୍ୟତୀତ ଏମସିଏ/ଏମଟେକ୍/ଏମଏସସି କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ/ ଆଇଟି/ ଇଲେକ୍ଟ୍ରୋନିକ୍ସ/ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ ଇଂଜିନିୟରିଂ କରିଥିବା ଉଚିତ ।

କେତେ ମିଳିଥାଏ ଦରମା ?

 

Get real time updates directly on you device, subscribe now.