ନୂଆଦିଲ୍ଲୀ: ଏନର୍ଜୀ ଡ୍ରିଙ୍କସ୍ କମ୍ପାନୀର ସହ ପ୍ରତିଷ୍ଠାତା ତଥା ରେଡ ବୁଲ ଫର୍ମୁଲା ୱାନର ରେସିଂ ଦଳର ପ୍ରତିଷ୍ଠାତାଙ୍କ ଦେହାନ୍ତ ହୋଇ ଯାଇଛି । ଅଷ୍ଟ୍ରିଆର ବିଲିୟନିୟର ଡିଟ୍ରିଚ ମ୍ୟାଟେଚିଜଙ୍କ ଦେହାନ୍ତ ହୋଇଛି। ମୃତ ବେଲେ ତାଙ୍କୁ ୭୮ ବର୍ଷ ହୋଇଥିଲେ।ଟେକ୍ସାସର ଅଷ୍ଟିନରେ ଥିବା ଆମେରିକା ଗ୍ରାଣ୍ଡ ପ୍ରିକ୍ସରେ ରେଡ ବୁଲ ରେସିଂ ଦଳ ସହ ଅଧିକାରୀମାନେ ଶନିବାର କହିଛନ୍ତି ଯେ ମ୍ୟାଟେଚିଟଜଙ୍କ ଦେହାନ୍ତ ହୋଇଛି।
ସେ ରେଡ ବୁଲ ବ୍ରାଣ୍ଡର ୪୯% ମାଲିକ ଥିଲେ ।୧୭୨ ଦେଶରେ ତାଙ୍କର ବ୍ୟବସାୟ ଥିଲା । ଅଷ୍ଟ୍ରିଆ-ଥାଇ ଗ୍ରୁପ୍ ରେଡ ବୁଲର ସର୍ବସାଧାରଣ ଚେହେରା ଭାବରେ ସେ ଖୁବ ପ୍ରସିଦ୍ଧି ଲାଭ କରିଥିଲେ । ଗତ ବର୍ଷ ବିଶ୍ବର ୧୭୨ ଟି ଦେଶରେ ମ୍ୟାଟେଚିଜ୍ ପ୍ରାୟ ୧୦୦୦ ନିୟୁତ କ୍ୟାନ୍ ବିକ୍ରି କରିଥିଲେ।
ସୂଚାନମୂତାବକ ଡିଟ୍ରିଚ ନେତୃତ୍ୱରେ ରେଡ୍ ବୁଲ୍ ଦ୍ରୁତ ଗତିରେ ପ୍ରସିଦ୍ଧି ଲାଭ କରିଥିଲା । ଏହାର ପ୍ରଥମେ ୟୁରୋପରେ, ପରେ ଯୁକ୍ତରାଷ୍ଟ୍ରରେ ବୃଦ୍ଧି ପାଇଥିଲା। ତେବେ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ରେ ଶୋକର ଶାୟା ଖେଳି ଯାଇଛି ।