fbpx

କରୋନାକୁ କଣ୍ଟ୍ରୋଲ କରିବ ସମୁଦ୍ରର ଲାଲ ଦଳ : ରିସର୍ଚ୍ଚ

Advertisement

ସାରା ବିଶ୍ୱରେ କରୋନା ଭାଇରସ୍ ମହାମାରୀର ରୂପ ନେଇଥିବା ବେଳେ ଏଥିରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଅନେକ ବୈଜ୍ଞାନିକମାନେ ଏହାର ଚିକିତ୍ସା ଓ ଟୀକା ଖୋଜିବାରେ ଲାଗିପଡିଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ସଫଳତା ମିଳିପାରିନାହିଁ । ଏହାରି ମଧ୍ୟରେ ସମୁଦ୍ରରେ ମିଳୁଥିବା ଲାଲ୍ ଦଳ କରୋନା ବିସ୍ତାରକୁ ରୋକିପାରିବ ବାଲି ଏକ ଅନୁସନ୍ଧାନରୁ ଜଣାପଡିଛି ।

ଦେଶର ଅଗ୍ରଣୀ ବ୍ୟବସାୟ କମ୍ପାନୀ ରିଲାଏନ୍ସ ଦ୍ୱାରା କରାଯାଇଥିବା ରିସର୍ଚ୍ଚରେ କୁହାଯାଇଛି ଯେ, ସମୁଦ୍ରରେ ମିଳିଥିବା ଲାଳ୍ ଦଳରୁ କରୋନା ଭାଇରସକୁ ରୋକିବାରେ ସାହାଯ୍ୟ କରିବ । ରିଲାଏନ୍ସ ପକ୍ଷରୁ ବିନୋଦ ନାଗେଲ, ମହାଦେବ ଗାୟକୱାଡ, ଯୋଗେଶ ପାୱାର ଓ ଶାନ୍ତୁନ ଦାସଗୁପ୍ତ ଏହି ରିସର୍ଚ୍ଚ କରିଛନ୍ତି । କରୋନା ବିସ୍ତାରକୁ ଦୃଷ୍ଟିରେ ରଖି ରିଲାଏନ୍ସ ସାଇନ୍ସ ଭାରତରେ ଏହି ମହାମାରୀ ସମ୍ବନ୍ଧୀୟ ରିସର୍ଚ୍ଚକୁ ଆଗେଇ ନେବ ବୋଲି ରିଲାଏନ୍ସର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ।

Get real time updates directly on you device, subscribe now.