କେଦାରନାଥରେ ଲାଗୁହେଲା ନୂଆ ନିୟମ, ଠାକୁର ଦର୍ଶନ କର ହେଲେ Reels କରନାହିଁ….

ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ । ଭକ୍ତଙ୍କ ଦର୍ଶନରେ ବାଧକ ସାଜିଛନ୍ତି ଭ୍ଲଗର ।

ରୁଦ୍ରପ୍ରୟାଗ: ଦେଶରର ପ୍ରସିଦ୍ଧ ଜ୍ୟୋର୍ତିଲିଙ୍ଗ ବଦ୍ରିନାଥ ଓ କେଦାରନାଥରେ ଭିଡିଓ ଓ ରିଲ୍ସ ତିଆରି କରିବା ଉପରେ ଲାଗିଛି ବ୍ୟାନ୍ । ବଦ୍ରି-କେଦାର ମନ୍ଦର କମିଟି ପକ୍ଷରୁ ଏ ନିଷ୍ପତ୍ତି ନିଆଯାଇଛି ।

ମନ୍ଦିରର ୩୦ ମିଟର ପରିଧି ଭିତରେ କୌଣସି ଭକ୍ତ ବା ଶ୍ରଦ୍ଧାଳୁ ଭିଡିଓ କିମ୍ବା ରିଲ୍ସ ତିଆରି କରିପାରିବେ ନାହିଁ । ଏହି ନିୟମ ଚଳିତ ବର୍ଷରୁ ଲାଗୁ କରାଯିବ । ଯଦି କୌଣସି ବ୍ୟକ୍ତି ଅମାନ୍ୟ ହୋଇ ଭିଡିଓ କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ବଦ୍ରି-କେଦାର ମନ୍ଦିର କମିତି ମିଳିତ ଭାବେ ଏହି ନିୟମ କରାଯାଇଛି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଏହି ନିୟମକୁ ପାଳନ କରିବା ଏକାନ୍ତ ଜରୁରୀ ବୋଲି ମଧ୍ୟ ସମିତି ପକ୍ଷରୁ କୁହାଯାଇଛି ।

ମନ୍ଦିରକୁ ଆସୁଥିବା ବହୁ ଭକ୍ତ ରିଲ୍ସ ଓ ଭିଡିଓ କରିବା ଯୋଗୁ ସାଧାରଣ ଭକ୍ତଙ୍କ ଦର୍ଶନରେ ବ୍ୟାଘାତ ସୃଷ୍ଟି ହେଉଛି । ଗତବର୍ଷ ମନ୍ଦର ପୂଜକମାନେ ରିଲ୍ସ ନ କରିବା ପାଇଁ ପ୍ରତିବାଦ କରିଥିଲେ ।

ରିଲ୍ସ ତିଆରି କରୁଥିବା ଭ୍ଲଗର ଏବଂ ପୂଜକଙ୍କ ମଧ୍ୟରେ ଜୋର ଝଗଡ଼ା ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା ।