fbpx

ବେଙ୍ଗାଲୁରୁର ଏହି ରାସ୍ତାରେ ୨୪,୨୫ ଏବଂ ୨୬ ତାରିଖ ଯିବା ମନା, ଟ୍ରାଫିକ ଭିଡରେ ଫଶିପାରନ୍ତି, ଜାଣନ୍ତୁ କଣ ରହିଛି କାରଣ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ପ୍ୟାଲେସ ଗ୍ରାଉଣ୍ଡରେ ଦୁଇଟି ବଡ଼ ବଡ଼ କାର୍ଯ୍ୟକ୍ରମ ଜାରି ରହିଥିବାରୁ ଟ୍ରାଫିକ ଜାମ ହୋଇପାରେ, ଯେଉଁ କାରଣରୁ ଲୋକମାନଙ୍କୁ ବହୁ ଅସୁବିଧା ସାମ୍ନା କରିବାକୁ ପଡିପାରେ । ଏହି କାରଣ ଅଟେ ଯେ, ଟ୍ରାଫିକ ପୋଲିସଙ୍କ ପକ୍ଷରୁ ଲୋକଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଲୋକମାନଙ୍କୁ କେଉଁ କେଉଁ ରାସ୍ତାରେ ଯାତ୍ରା କରିବା ପାଇଁ ବାରଣ କରାଯାଇଛି ।

ସୂଚନା ଅନୁଯାୟୀ, ଲୋକଙ୍କୁ ଅପିଲ କରାଯାଇଛି ଯେ ସେମାନେ ଟ୍ରାଫିକ ଜାମ କାରଣରୁ ବେଲ୍ଲାରୀ ରୋଡ ଏବଂ ଏହାର ଆଖପାଖ ଅଞ୍ଚଳକୁ ଯିବା ଠାରୁ ବଞ୍ଚନ୍ତୁ । ଏଠାରେ ୨୪ ରୁ ୨୬ ନଭେମ୍ବର ମଧ୍ୟରେ ଭିଡ ରହିପାରେ । ୨୪ ନଭେମ୍ବରରେ ଟୁଟୁ କୂଟା କନଫ୍ରେନ୍ସର ଅୟୋଜନ ହେବ, ଯେଉଁଥିରେ ୫ଲକ୍ଷ ଲୋକ ଆସିବାର ସମ୍ବାବନା ରହିଛି । ଏହି କନଫ୍ରେନ୍ସର ଆୟୋଜନ କମିଟି ପକ୍ଷରୁ ଏହା ଆକଳନ କରାଯାଇଛି ଯେ, ଏଠାରେ ୫ ଲକ୍ଷ ଲୋକ ଆସିପାରନ୍ତି ।

ଏହା ବ୍ୟତୀତ ୨୫ ଏବଂ ୨୬ ନଭେମ୍ବର ଦିନ କମ୍ବାଲା କାର୍ଯ୍ୟକ୍ରମର ଆୟୋଜନ ହେବ । ଏହି କାର୍ଯ୍ୟକ୍ରମ ମଧ୍ୟ ଏହି ସ୍ଥାନରେ ହେବ, ଯେଉଁଠାରେ ଆସନ୍ତା ଦୁଇ ଦିନରେ ହାରାଜାରି ୧୫ ଲକ୍ଷ ଲୋକ ଆସିବାର ସମ୍ଭାବନା ରହିଛି । ବେଲ୍ଲାରୀ ରୋଡରେ ବହୁ ସଂଖ୍ୟାରେ ଗାଡ଼ି ଆସିବାର ମଧ୍ୟ ସମ୍ଭାବନା ରହିଛି । ଏଠାରେ ୨୦୦ ରୁ ୩୦୦ ଗାଡି ଆସିପାରେ । ଯେଉଁ କାରଣରୁ ଏଠାରେ ବହୁ ଭିଡ ରହିବ । ଗୁଟାହଲ୍ଲୀ, ସଦାଶିବନଗର, ବ୍ୟାଲିକବଲ, ନ୍ୟୁ ବିଇଏଲ ରୋଡ, ମେଖରୀ ସର୍କଲ, ଜୟମାଲା ମେନ ରୋଡ, କ୍ୟାଣ୍ଟନମେଣ୍ଟ ଷ୍ଟେସନ, ହେବଲ, ଗାନେହଲ୍ଲୀ ଏବଂ ଅନ୍ୟ ଅଞ୍ଚଳମାନଙ୍କରେ ଭିଡ ରହିପାରେ ।

ଆଗାମୀ ତିନି ଦିନ ୨୪,୨୫ ଏବଂ ୨୬ ନଭେମ୍ବର ଦିନ ବେଲ୍ଲାରୀ ରୋଡ ଯିବା ପାଇଁ ସତକ୍ର ସୂଚନା ଦିଆଯାଇଛି । ଟୁଲ୍ଲୁ କୂଟା କନଫ୍ରେନ୍ସର ଅୟୋଜନ ୨୪ ନଭେମ୍ବରକୁ ବେଙ୍ଗାଲୁରୁ ପ୍ୟାଲେସ ଗ୍ରାଉଣ୍ଡରେ ହେବ, ଅୟୋଜନ କାରୁଥିବା କମିଟିର ଜଣେ ସଦସ୍ୟ କହିଛନ୍ତି ଯେ, ପାଞ୍ଚ ଲକ୍ଷ ଲୋକେ ଏଠାକୁ ଆସିବାର ସମ୍ଭାବନା ରହିଛି ।

୨୫-୨୬ ନଭେମ୍ବରକୁ କମ୍ବାଲାର ଅୟୋଜନ ମଧ୍ୟ ବେଙ୍ଗାଲୁରୁ ପ୍ୟାଲେସ ଗ୍ରାଉଣ୍ଡରେ ହେବ । ୨୫-୨୬ ନଭେମ୍ବର ଦିନ ହାରାହାରି ୧୫ ଲକ୍ଷ ଲୋକ କମ୍ବାଲରେ ଦେଖିବାକୁ ଆସିବେ । ବେଲ୍ଲାରୀ ରୋଡରେ ମଧ୍ୟ ଟ୍ରାଫିକ ଜାମ ହୋଇପାରେ ।

Get real time updates directly on you device, subscribe now.