fbpx

JNUରେ undergraduate ପାଠ୍ୟକ୍ରମରେ ଆଡମିଶନ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଫି ଷ୍ଟ୍ରକଚର

ନୂଆଦିଲ୍ଲୀ: ଦେଶର ଜଣାଶୁଣା ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରେ undergraduate ପାଠ୍ୟକ୍ରମ ପାଇଁ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ଛାତ୍ର ଛାତ୍ରୀ ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବସାଇଟ୍ jnuee.ac.inକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୧୨ । ବିଶ୍ୱବିଦ୍ୟାଳୟର ପ୍ରି ପ୍ରୋସ୍ପେକଟସ୍ ଅନୁଯାୟୀ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ବିଦେଶୀ ଭାଷାରେ ବିଏ ଅନର୍ସ, ଆୟୁର୍ବେଦିକ ବାୟୋଲୋଜିରେ ବିଏସସି ପ୍ରୋଗ୍ରାମ ଓ ସାର୍ଟିଫିକେଟ ଅଫ୍ ପ୍ରୋଫିସିଏନ୍ସି ପ୍ରୋଗ୍ରାମ(COP)ରେ ଆଡମିଶନ CUET UG 2024 ମାଧ୍ୟମରେ ହେବ ।

JNUରେ undergraduate ପାଠ୍ୟକ୍ରମ ପାଇଁ ପଞ୍ଜିକରଣ କରିବା ପାଇଁ ପ୍ରଥମେ ଇଚ୍ଛୁକ ପ୍ରାର୍ଥୀଙ୍କୁ ୟୁଜର ଆଇଡି ଭାବରେ ଏନଟିଏ ଆପ୍ଲିକେସନ୍ ନମ୍ବର ଏବଂ ପାସୱାର୍ଡ଼ ଭାବରେ ଜନ୍ମ ତାରିଖ ବ୍ୟବହାର କରିବାକୁ ପଡ଼ିବ । ତେବେ ପଞ୍ଜିକରଣ କରିବାର ଶେଷ ତାରିଖ ହେଉଛି ୧୨ ଅଗଷ୍ଟ ରାତି ୧୧ଟା ୫୦ ମିନିଟ୍ । JNUରେ ବିଏ ଅନର୍ସ ଏବଂ ବିଏସସି ପ୍ରୋଗ୍ରାମ ପାଇଁ ଫି ଷ୍ଟ୍ରକଚର ଭିନ୍ନ ରହିଛି । ବିଏ ଅନର୍ସ ଏବଂ COP ପାଇଁ ବାର୍ଷିକ ଟ୍ୟୁସନ୍ ଫି ୨୧୬ ଟଙ୍କା, ସ୍ପୋର୍ଟସ ଫି ୧୬.୫୦ ଟଙ୍କା(ବାର୍ଷିକ), ସାହିତ୍ୟ ଏବଂ କଲଚରାଲ ଫି ୧୬.୫୦(ବାର୍ଷିକ), ଲାଇବ୍ରେରୀ ଫି ୬ ଟଙ୍କା (ବାର୍ଷିକ), ମେଡିକାଲ ଫି ୯ ଟଙ୍କା (ବାର୍ଷିକ), ମେଡିକାଲ ବୁକଲେଟ୍ ୧୨ ଟଙ୍କା, ଛାତ୍ର AID ଫଣ୍ଡ୍ ୪.୫୦ ଟଙ୍କା (ବାର୍ଷିକ), ଆଡମିଶନ ଏବଂ ଏନରୋଲମେଣ୍ଟ ଫି ୫ ଟଙ୍କା, ସିକ୍ୟୁରିଟି ଡିପୋଜିଟ୍ ୪୦ ଟଙ୍କା (ରିଫଣ୍ଡେବଲ), ଆଇଡି କାର୍ଡ଼ ୧୦ ଟଙ୍କା, ଷ୍ଟୁଡେଣ୍ଟ ହଷ୍ଟେଲ ଆଣ୍ଡ୍ ଜେନେରାଲ ଇନଫରମେସନ୍ ଗାଇଡ୍ ୧୫ ଟଙ୍କା ଏବଂ ନ୍ୟାସନାଲ ସର୍ଭିସ ସ୍କିମ୍ ପାଇଁ ୨୦ ଟଙ୍କା ।

ସେହିପରି ବିଏସସି ପ୍ରୋଗ୍ରାମ ପାଇଁ ଟ୍ୟୁସନ୍ ଫି ୧୨୦ ଟଙ୍କା (ବାର୍ଷିକ), ସ୍ପୋର୍ଟସ ଫି ୧୬.୫୦ ଟଙ୍କା (ବାର୍ଷିକ), ସାହିତ୍ୟ ଏବଂ କଲ୍‌ଚରାଲ ଫି ୧୬.୫୦ ଟଙ୍କା (ବାର୍ଷିକ), ଲାଇବ୍ରେରୀ ଫି ୬ ଟଙ୍କା, ଆଡମିଶନ ଏବଂ ଏନରୋଲମେଣ୍ଟ ଫି ୫ ଟଙ୍କା, ସିକ୍ୟୁରିଟି ଡିପୋଜିଟ୍ ୪୦ ଟଙ୍କା (ରିଫଣ୍ଡେବଲ), ଆଇଡି କାର୍ଡ଼ ୧୦ ଟଙ୍କା ।

Get real time updates directly on you device, subscribe now.