ସିଏମ ରେଖା ଗୁପ୍ତାଙ୍କ ଅନନ୍ୟ ରେକର୍ଡ; ମୁଖ୍ୟମନ୍ତ୍ରୀ ହେବା ପରେ ରଚିଲେ ଏହି ଇତିହାସ
ପ୍ରଥମଥର ପାଇଁ ବିଧାୟିକା ଭାବେ ଜିତିଥିବା ରେଖା ଗୁପ୍ତା ହେଲେ ଜାତୀୟ ରାଜଧାନୀର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବା ପରେ କେଉଁ ରେକର୍ଡ ସୃଷ୍ଟି କରିଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା। ସେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଗୋପନୀୟତାର ଶପଥ କରାଇଲେ ଉପରାଜ୍ୟପାଳ। ଏହି ସଭାରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱାରଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମନ୍ତ୍ରୀପରିଷଦର ଅନ୍ୟ ସଦସ୍ୟ।
ଦିଲ୍ଲୀ ମନ୍ତ୍ରୀ ପରିଷଦର ଶପଥ: ରେଖା ଗୁପ୍ତାଙ୍କ ମନ୍ତ୍ରୀପରିଷଦ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି। ପରବେଶ ବର୍ମା, ଆଶିଷ ସୁଦ, ମନଜିନ୍ଦର ସିଂ ସିର୍ସା, ରବିନ୍ଦର ଇନ୍ଦ୍ରରାଜ ସିଂ, କପିଲ ମିଶ୍ରା, ପଙ୍କଜ ସିଂ ଏହି ସଭାରେ ଶପଥ ନେଇଛନ୍ତି।
ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇ ସୃଷ୍ଟି କଲେ ଏହି ରେକର୍ଡ:
* ବିଜେପି ଦ୍ୱାରା ଶାସିତ ହେଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରେଖା ଗୁପ୍ତା ହେଉଛନ୍ତି ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ।
* ସୁଷମା ସ୍ୱରାଜ (ବିଜେପି), ଶୀଲା ଦୀକ୍ଷିତ (କଂଗ୍ରେସ) ଏବଂ ଆତିଶି (AAP)ଙ୍କ ପରେ ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
* ବର୍ତ୍ତମାନ ପଶ୍ଚିମବଙ୍ଗରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପରେ ରେଖା ଗୁପ୍ତା ଦେଶର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ।
* ରେଖା ଗୁପ୍ତା ହେଉଛନ୍ତି ଶଲିମାର ବାଗ ନିର୍ବାଚନମଣ୍ଡଳୀରୁ ଦିଲ୍ଲୀର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ। ପ୍ରଥମ ମୁଖ୍ୟମନ୍ତ୍ରୀ ସାହିବ ସିଂ ଭର୍ମା ଥିଲେ।
* ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ସେ ଦ୍ୱିତୀୟ ବିଜେପି ମହିଳା ମୁଖ୍ୟମନ୍ତ୍ରୀ।
* ରେଖା ଗୁପ୍ତା ହେଉଛନ୍ତି ଦେଶର 18 ତମ ମହିଳା ମୁଖ୍ୟମନ୍ତ୍ରୀ।
* ସେ ଦେଶର ପଞ୍ଚମ ବିଜେପି ମହିଳା ମୁଖ୍ୟମନ୍ତ୍ରୀ। ସୁଷମା ସ୍ୱରାଜ (ଦିଲ୍ଲୀ), ଉମା ଭାରତୀ (ମଧ୍ୟପ୍ରଦେଶ), ଆନନ୍ଦିବେନ ପଟେଲ (ଗୁଜୁରାଟ) ଏବଂ ବସୁନ୍ଧରା ରାଜ ରାଜସ୍ଥାନ।