ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେଲେ ରେକା ଗୁପ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା। ସେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଗୋପନୀୟତାର ଶପଥ କରାଇଲେ ଉପରାଜ୍ୟପାଳ। ଏହି ସଭାରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱାରଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମନ୍ତ୍ରୀପରିଷଦର ଅନ୍ୟ ସଦସ୍ୟ।

ଏଥିସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଏନଡିଏ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସଭାରେ ଉପସ୍ଥିତ ଅଛନ୍ତି।

ନୂଆଦିଲ୍ଲୀ ଆସନରୁ ବିଜେପି ବିଧାୟକ ପରବେଶ ବର୍ମା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପରଭେଷ ଭର୍ମା AAP ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିଲେ। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ଗୁପ୍ତାଙ୍କ କ୍ୟାବିନେଟରେ ବଡ ଦାୟିତ୍ୱ ସମ୍ଭାଳିବେ।

ଦିଲ୍ଲୀ ମନ୍ତ୍ରୀ ପରିଷଦର ଶପଥ: ରେଖା ଗୁପ୍ତାଙ୍କ ମନ୍ତ୍ରୀପରିଷଦ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି। ପରବେଶ ବର୍ମା, ଆଶିଷ ସୁଦ, ମନଜିନ୍ଦର ସିଂ ସିର୍ସା, ରବିନ୍ଦର ଇନ୍ଦ୍ରରାଜ ସିଂ, କପିଲ ମିଶ୍ରା, ପଙ୍କଜ ସିଂ ଏହି ସଭାରେ ଶପଥ ନେଇଛନ୍ତି।