Relationship Tips: Boring ହୋଇଯାଇଛି କି ବୈବାହିକ ଜୀବନ? ସମ୍ପର୍କରେ ସ୍ପାର୍କ ଆଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଚାଲିଛି ଭାଲେଣ୍ଟାଇନ୍ ସପ୍ତାହ । ପାର୍ଟନରଙ୍କ ପ୍ରତି ଥିବା ଭଲପାଇବାକୁ ଆହୁରି ନିବିଡ଼ କରିବା ପାଇଁ ପ୍ରେମୀଯୁଗଳ ଭାଲେଣ୍ଟାଇନ୍ ସପ୍ତାହକୁ ପର୍ବ ଭଳି ପାଳନ କରିଥାନ୍ତି ।

କିନ୍ତୁ ପ୍ରାୟତଃ ନୂଆ ନୂଆ ମିଠା ଲାଗୁଥିବା ସମ୍ପର୍କ ସମୟକ୍ରମେ ଫିକା ପଡ଼ିଯାଏ । ବିଶେଷ କରି ବୈବାହିକ ଜୀବନରେ ସମ୍ପର୍କ ବୋରିଂ ହେବାକୁ ଲାଗିଲେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ବୃଦ୍ଧି ପାଏ ।

ଆଜିକାଲିର ଡିଜିଟାଲ ଯୁଗରେ ଯେତେ ଶୀଘ୍ର ସମ୍ପର୍କ ଯୋଡ଼ି ହୁଏ ସେତେ ଶିଘ୍ର ଭାଙ୍ଗି ମଧ୍ୟ ଯାଏ । କୌଣସି ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା ଯେମିତି ଆହ୍ୱାନ ପାଲଟିଯାଇଛି ।

ତେବେ ବୈବାହିକ ଜୀବନକୁ Boringରୁ interesting କରିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ ।

୧. କ୍ୟାଲିଟି ଟାଇମ୍‌: ଜୀବନର ବ୍ୟସ୍ତତା ଭିତରୁ ନିଜ ପାର୍ଟନରଙ୍କ ସହ କ୍ୟାଲିଟି ଟାଇମ୍ ବିତାଇବା ପାଇଁ ଚେଷ୍ଟା କରନ୍ତୁ । କଥାବାର୍ତ୍ତା ସମୟରେ ଫୋନର ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ମଧ୍ୟରେ ଥିବା ସମ୍ପର୍କ ସୁଦୃଢ଼ ହୋଇଥାଏ ।

ପାର୍ଟନରଙ୍କ ସହ କେବଳ ଶାରୀରିକ ଭାବେ ନୁହେଁ ବରଂ ମାନସିକ ଭାବରେ ମଧ୍ୟ ଉପସ୍ଥିତ ରୁହନ୍ତୁ । ନିଜ ସମ୍ପର୍କକୁ କିପରି interesting କରିପାରିବେ ସେ ବିଷୟରେ ଆଲୋଚନା କରନ୍ତୁ ।

୨. ଏକାଠି ଚାହା ପିଅନ୍ତୁ: କର୍ମମୟ ଜୀବନରେ ପାର୍ଟନରଙ୍କୁ ପରସ୍ପର ସହ କମ୍ ସମୟ ମିଳିଥାଏ । ତେଣୁ ଛୁଟି ଦିନରେ ଏକାଠି ବସି ଚାହା ପିଅନ୍ତୁ ।

ଲଞ୍ଚ୍ ଏବଂ ଡିନର ମଧ୍ୟ କରିପାରିବେ । ଏଭଳି ଛୋଟ ଛୋଟ ଅଭାସ ଦ୍ୱାରା ପାର୍ଟନରଙ୍କ ସହ ଅଧିକ ସମୟ ବିତାଇପାରିବେ ।

୩. ଶୋଇବା ପୂର୍ବରୁ କଥା ହୁଅନ୍ତୁ: ଅଧିକାଂଶ ସମୟରେ ଦେଖାଯାଏ ଯେ ଦମ୍ପତ୍ତି ଶୋଇବା ପୂର୍ବରୁ ମୋବାଇଲ କିମ୍ବା ଲାପ୍‌ଟପରେ ବ୍ୟସ୍ତ ରୁହନ୍ତି ।

କିଛି ଦମ୍ପତ୍ତି ବିଳମ୍ବିତ ରାତି ଯାଏଁ ଘରେ ଅଫିସ୍ କାମ କରିଥାନ୍ତି । ଏଭଳି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିପାରେ ।

୪. ପ୍ରୋତ୍ସାହିତ କରନ୍ତୁ: ପାର୍ଟନରଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରନ୍ତୁ । ଏହା ବ୍ୟତୀତ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କାର୍ଯ୍ୟ ପାଇଁ ପ୍ରଶଂସା କରନ୍ତୁ ଯେପରି ଆଜି ରୋଷେଇ ଭଲ ହୋଇଥିଲା, ଆଜି ବହୁତ ସୁନ୍ଦର ଦେଖାଯାଉଛ, ତୁମକୁ ଏଇ ରଂଗ ବେଶ ମାନେ ଇତ୍ୟାଦି ।

ପାର୍ଟନର କରୁଥିବା ପ୍ରତ୍ୟେକ କାମରେ ସହଯୋଗ କରନ୍ତୁ । ଏହା ଆପଣଙ୍କ ସମ୍ପର୍କକୁ ଦୀର୍ଘସ୍ଥାୟୀ ରଖିଥାଏ ।