Relationship Tips: ପୁଅ କାହିଁକି ପ୍ରଥମେ ପ୍ରପୋଜ୍ କରିଥାନ୍ତି… ଝିଅମାନେ ପାର୍ଟନରଙ୍କ ଠାରୁ କାହିଁକି ଲୁଚାଇଥାନ୍ତି ନିଜ ଫିଲିଙ୍ଗ୍‌ସ

ଓଡ଼ିଶା ଭାସ୍କର: ଆଜିକାଲି ରିଲେସନସିପରେ ରହିବା ଏକ ସାଧାରଣ କଥା । ଉଭୟ ପୁଅ ଝିଅ ପରସ୍ପରକୁ ପସନ୍ଦ କରି କିଛି ଦିନ, ମାସ ବା ବର୍ଷ ଡେଟ୍ କରିଥାନ୍ତି । ଏହା ପରେ ବ୍ରେକଅପ୍ କିମ୍ବା ସାରା ଜୀବନ ପାଇଁ ପରସ୍ପର ଦୁହିଁଙ୍କୁ ଜୀବନସାଥୀ ଭାବେ ବାଛିଥାନ୍ତି । ତେବେ ରିଲେସନସିପରେ ଆସିବା ପୂର୍ବରୁ ଅଧିକାଂଶ ପୁଅମାନେ ଝିଅଙ୍କୁ ପ୍ରପୋଜ୍ କରିଥାନ୍ତି । ସେମାନେ ହିଁ ସମ୍ପର୍କକୁ ଆଗେଇବା ପାଇଁ ପ୍ରଥମ ପାହାଚ ଆଗେଇଥାନ୍ତି । କିନ୍ତୁ ସବୁବେଳେ ଗୋଟିଏ ପୁଅ ହିଁ କାହିଁକି ପ୍ରଥମରେ ପ୍ରପୋଜ୍ କରିଥାନ୍ତି ? ଝିଅମାନେ ପ୍ରପେଜ୍ କରିବାରେ ଅସୁବିଧା କ’ଣ ? ଅନେକ ପୁଅଙ୍କ ମଧ୍ୟ ଇଚ୍ଛା ଥାଏ କି ସେମାନଙ୍କୁ ପ୍ରଥମେ ଝିଅ ପ୍ରପୋଜ୍ କରନ୍ତୁ । କିନ୍ତୁ ଏପରି ଉଦାହରଣ ବହୁତ କମ୍ ଦେଖିବାକୁ ମିଳିଥାଏ ।

ଆପଣ କେବେ ଭାବିଛନ୍ତି କି ଆଜିକାଲିର ଆଧୁନିକ ଯୁଗରେ ମଧ୍ୟ ଗୋଟିଏ ଝିଅ ପ୍ରପୋଜ୍ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ରହିଛି ।

୧. ରିଜେକ୍ସନ୍ ଚାହାଁନ୍ତି ନାହିଁ: ପ୍ରାୟ ଝିଅମାନେ ଅଧିକ ଇମୋସନାଲ ଥାଆନ୍ତି । ଭଲପାଇବାରେ ରିଜେକ୍ଟ ହେବା ସେମାନଙ୍କ ପାଇଁ କୌଣସି ଡିପ୍ରେସନରୁ କମ୍ ନଥାଏ । ଏଭଳି ସ୍ଥିତିରୁ ବାହାରିବା ପାଇଁ ସେମାନଙ୍କୁ ଅଧିକ ସମୟ ଲାଗିଥାଏ । ପୁଅ ମନା କରିଦେଲେ ସେମାନଙ୍କ ସେଲ୍ଫ ୱର୍ଥ କମ୍ ହେଲା ଭଳି ମନେ ହୁଏ । ସେମାନେ ନିଜ ଉପରେ ସନ୍ଦେହ କରିଥାନ୍ତି ।

୨. ପାର୍ଟନର ସ୍ପେଶାଲ ଫିଲ୍ କରାନ୍ତୁ: ପ୍ରତ୍ୟେକ ଝିଅ ଚାହାଁନ୍ତି କି ତାଙ୍କ ପାର୍ଟନର ସେମାନଙ୍କୁ ସ୍ପେଶାଲ ଫିଲ୍ କରାନ୍ତୁ । ଅଧିକାଂଶ ଝିଅଙ୍କୁ ଡେଟରେ ଯିବା ପସନ୍ଦ ଥାଏ । ସେ ଯାହାକୁ ପସନ୍ଦ କରେ ତା ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହେଁ । ପ୍ରଥମେ ପ୍ରପୋଜ କଲେ ସବୁକିଛି ଓଲଟା ହେବାର ଭୟ ତାଙ୍କ ମନରେ ରହିଥାଏ । ଝିଅମାନେ ଅଧିକ ପେମ୍ପର ହେବାକୁ ପସନ୍ଦ କରିଥାନ୍ତି ।

୩. ବୋଲ୍ଡ ଟ୍ୟଗରୁ ଦୂରେଇଥାନ୍ତି: ଯେଉଁ ଝିଅମାନେ ପ୍ରଥମରେ ପ୍ରପୋଜ୍ କରିଥାନ୍ତି ସେମାନଙ୍କୁ ବୋଲ୍ଡ ଟ୍ୟାଗ୍ ଦିଆଯାଇଥାଏ । ଅର୍ଥାତ ଏଭଳି ଝିଅ ଯେଉଁମାନଙ୍କୁ ସହଜରେ ପାଇ ହେବ । କୌଣସି ଝିଅ ଏଭଳି ଚିନ୍ତାଧାରାକୁ ବରଦାସ୍ତ କରିପାରିନଥାଏ । ତେଣୁ ସେ ସବୁବେଳେ ସଂକେତ ଦେଇ ଭଲପାଇବା ବ୍ୟକ୍ତ କରିବାକୁ ଚାହେଁ । ଅପରପକ୍ଷରେ ଯେଉଁ ଝିଅମାନେ ଅଧିକ ରୋମାଣ୍ଟିକ ହୋଇ ପ୍ରପୋଜ୍ କରିଥାନ୍ତି ପାର୍ଟନର ସେମାନଙ୍କୁ ଅସମ୍ମାନ କରିଥାନ୍ତି । ଏହି ସବୁ ଠାରୁ ଦୂରେଇବା ପାଇଁ ଝିଅମାନେ ପ୍ରଥମେ ପ୍ରପୋଜ୍ କରିନଥାନ୍ତି ।

୪. ହୃଦୟ ଭାଙ୍ଗିବା: ଅଧିକାଂଶ ଝିଅଙ୍କ ଧାରଣା ଥାଏ କି ସେମାନେ ପ୍ରଥମେ ପ୍ରପୋଜ କରୁଥିବା ଝିଅଙ୍କୁ ପାର୍ଟନର ଗୁରୁତ୍ୱ ଦିଅନ୍ତି ନାହିଁ । କଥା କଥାରେ ସେମାନଙ୍କୁ ଛାଡ଼ିଯିବା ପାଇଁ ଧମକ ଦେଇଥାନ୍ତି । ବେଳେ ବେଳେ ପୁଅମାନେ ଏସବୁକୁ ନେଇ ସିରିୟସ୍ ନଥାନ୍ତି । ସେମାନେ କେବଳ ଟାଇମପାସ୍ କରିଥାନ୍ତି ବୋଲି କିଛି ଝିଅଙ୍କ ଧାରଣା ଥାଏ । ତେଣୁ ହୃଦୟ ଭାଙ୍ଗିବାର କଷ୍ଟ ଠାରୁ ଦୂରେଇବା ପାଇଁ ଝିଅମାନେ ପ୍ରଥମେ ପ୍ରପୋଜ୍ କରିନଥାନ୍ତି ।

Get real time updates directly on you device, subscribe now.