fbpx

ସାର୍ବଜନୀନ ହେଲା ମନ୍ତ୍ରୀମାନଙ୍କର ସମ୍ପତ୍ତି ତାଲିକା, ଜାଣନ୍ତୁ କାହାର କେତେ

ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି ୯୮ ଲକ୍ଷ ୧୯ ହଜାର ୭୬୪ ରହିଥିବା ଜଣାପଡ଼ିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଘୋଷଣା ଅନୁଯାୟୀ ମନ୍ତ୍ରୀମାନେ ମଧ୍ୟ ସେମାନଙ୍କର ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି ।

ତାଲିକା ଅନୁଯାୟୀ, ମନ୍ତ୍ରୀ ଅରୁଣ ସାହୁଙ୍କ ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା, ଅଶୋକ ପଣ୍ଡାଙ୍କ ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା, ତୁଷାରକାନ୍ତି ବେହେରାଙ୍କ ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା, ସୁଶାନ୍ତ ସିଂହଙ୍କ ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା, ସୁଦାମ ମାରାଣ୍ଡିଙ୍କ ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କାର ସମ୍ପତ୍ତି ଥିବା ଦର୍ଶାଯାଇଛି ।

ସେହିପରି ମନ୍ତ୍ରୀ ବିକ୍ରମ ଆରୁଖଙ୍କ ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ ଟଙ୍କା, ଦିବ୍ୟ ଶଙ୍କର ମିଶ୍ରଙ୍କ ୭ କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା, ନିରଞ୍ଜନ ପୂଜାରୀଙ୍କ ୪ କୋଟି ୩୪ ଲକ୍ଷ ୬୫ ହଜାର ୩୦୮ ଟଙ୍କା, ପ୍ରତାପ ଜେନାଙ୍କ ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା, ସମୀର ଦାସଙ୍କ ୨ କୋଟି ୨୩ ଲକ୍ଷ ୭୫ ହଜାର ୭୬୧ ଟଙ୍କା, ପ୍ରଫୁଲ୍ଲ ମଲ୍ଲିକଙ୍କ ୩୯ ଲକ୍ଷ ୨୮ ହଜାର ୮୩୧ ଟଙ୍କାର ସମ୍ପତ୍ତି ରହିଥିବା ତାଲିକାରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.