fbpx

ଆସନ୍ତା ୨୧ରୁ ହଟିବ କଟକଣା: ବିନା କୋଭିଡ ନେଗେଟିଭ ରିପୋର୍ଟରେ ସର୍ବସାଧାରଣ କରିପାରିବେ ଦର୍ଶନ

ପୁରୀ, ୧୦ା୧ (ଓଡିଶା ଭାସ୍କର): ଜଗନ୍ନାଥପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ଏଣିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟର ଆବଶ୍ୟକତା ନାହିଁ । ଜାନୁଆରୀ ୨୧ ତାରିଖରୁ ଭକ୍ତମାନେ ବିନା ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ଆଜି କଟକଣା କୋହଳ ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି ଓ ବିଭିନ୍ନ ନିଯୋଗର ସେବାୟତଙ୍କୁ ନେଇ ଏକ ବୈଠକ ବସିଥିଲା । ତେବେ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ । ୬୫ ବଷସ୍କ ବୃଦ୍ଧଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାରିକେଡର ବ୍ୟବସ୍ଥା କରାଯିବ । ସପ୍ତାହକୁ ଗୋଟିଏ ଦିନ ଭକ୍ତମାନେ ଦର୍ଶନ କରିବାରୁ ବଞ୍ଚିତ ହେବେ । ୩୦ ହଜାର ଭକ୍ତଙ୍କ ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ଅଧିକ ଭକ୍ତଙ୍କ ପାଇଁ ଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.