fbpx

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି କମ୍ପାନୀ ସହ କରିବ ଆଉ ଏକ ଡିଲ୍, ୧୩% ଶେୟାର କ୍ରୟ ପାଇଁ ଯୋଜନା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏଣ୍ଟରଟେନମେଣ୍ଟ ସେକ୍ଟର ଡିଜନୀ(Disney) ପରେ ଏବେ ସେ ଆଉ ଏକ କମ୍ପାନୀ ସହ ଡିଲ୍ କରିବାକୁ ଯାଉଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗିରହିଛି । ଏହି ଡିଲ୍ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପାଖରେ ଏହି କମ୍ପାନୀରେ ୧୩ ପ୍ରତିଶତ ଅଂଶ ରହିବ ।

ରିପୋର୍ଟରୁ ପ୍ରକାଶ ରିଲାଏନ୍ସ Viacom18 Mediaରେ ପାରାମାଉଣ୍ଟ ଗ୍ଲୋବାଲ(Paramount Global) ସହ ଏକ ଡିଲ୍ କରିବ । ପାରାମାଉଣ୍ଟ ଗ୍ଲୋବାଲର ମୋଟ ଅଂଶ କିଣିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ମୋଟ ୫୧୭ ମିଲିୟନ ଡଲାର ଅର୍ଥାତ ୪୨ ଆରବ ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ରିଲାଏନ୍ସ ପାରାମାଉଣ୍ଟ ଗ୍ଲୋବାଲର ୧୩.୦୧% ଅଂଶ କିଣିବ । କିଛି ଦିନ ହେବ ପାରାମାଉଣ୍ଟ ଗ୍ଲୋବାଲ ରିଲାଏନ୍ସକୁ କମ୍ପାନୀର କିଛି ଅଂଶ ବିକ୍ରି କରିବ ବୋଲି ବିଚାର କରୁଥିଲା । କିନ୍ତୁ ଏନେଇ କୌଣସି ସରକାରୀ ବିବୃତ୍ତି ପ୍ରକାଶ ପାଇ ନଥିଲା । ବର୍ତ୍ତମାନ ରିଲାଏନ୍ସ ସହ କଣ୍ଟେଣ୍ଟ ଲାଇସେନ୍ସିଂ ଏଗ୍ରିମେଣ୍ଟ କନଫର୍ମ ବୋଲି ପାରାମାଉଣ୍ଟ କମ୍ପାନୀ ସ୍ପଷ୍ଟ କରିଛି । କହିରଖୁଛୁ Viacom18 Media, TV18 ବ୍ରଡକାଷ୍ଟ ଲିମିଟେଡର ସବସିଡିଆରୀ କମ୍ପାନୀ । ବର୍ତ୍ତମାନ କମ୍ପାନୀ ପାଖରେ Viacom18ର ବାଧ୍ୟତାମୂଳକ ଭାବେ କନଭର୍ଟିବଲ ପ୍ରିଫେରେନ୍ସ ଶେୟାର ରହିଛି ଯାହା ୫୭.୪୮ % ଇକ୍ୟୁଇଟି ଶେୟାର ସହ ସମାନ । ପାଖରେ ମୋଟ ୪୦ଟି ଚ୍ୟାନେଲ ରହିଛି ଯେଉଁଥିରୁ କମେଡି ସେଣ୍ଟ୍ରାଲ, ଏମଟିଭି ଭଳି ଅନ୍ୟାନ୍ୟ ନ୍ୟୁଜ୍ ଚ୍ୟାନେଲ ସାମିଲ ଅଛି । ଏହା ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଡିଜନୀ ସହ ଏକ ଡିଲ୍ ସାଇନ୍ କରିଥିଲା ।

Get real time updates directly on you device, subscribe now.