fbpx

Reliance Jioର ୯୧ ଟଙ୍କିଆ ପ୍ଲାନ: ଡାଟା ସାଙ୍ଗକୁ ମିଳୁଛି କଲିଂ ଓ ଏସଏମଏସ୍ ବେନିଫିଟ୍

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ୁଥିବା ଥିବା ବେଳେ ଟେଲିକମ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏକ ଶସ୍ତା ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନର ମୂଲ୍ୟ ୧୦୦ ଟଙ୍କାରୁ କମ୍ ରହିଥିବା ବେଳେ ଏଥିରେ ଗ୍ରାହକଙ୍କୁ ଡାଟା, କଲିଂ ଓ ଏସଏମଏସ୍ ସୁବିଧା ମିଳୁଛି ।

ସୂଚନା ମୁତାବକ, ନିକଟରେ ରିଲାଏନ୍ସ ଜିଓ ୯୧ ଟଙ୍କିଆ ଶସ୍ତା ପ୍ଲାନ୍ ମାର୍କେଟକୁ ଛାଡ଼ିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ଅନେକ ବେନିଫିଟ୍ ମିଳୁଛି । ଏହା ଏକ ପ୍ରିପେଡ ରିଚାର୍ଜ ପ୍ଲାନ ହୋଇଥିବା ବେଳେ ଏଥିରେ ୟୁଜର୍ସଙ୍କୁ ୨୮ ଦିନ ପାଇଁ ଭାଲିଡିଟି ମିଳିଥାଏ । ଏହି ପ୍ଲାନରେ ୟୁଜର୍ସଙ୍କୁ ୩ ଜିବିର ଡାଲଟା ପୂରା ଭାଲିଡିଟି ପାଇଁ ମିଳିଥାଏ । ୟୁଜର୍ସଙ୍କୁ ଦୈନିକ ୧୦୦ ଏମବି ଡାଟା ଓ ୨୦୦ ଏମଡିର ଅତିରିକ୍ତ ଡାଟା ମିଳିବ ।

ଏଥିସହିତ ଅନଲିମିଟେଡ୍ ଭଏସ୍ କଲିଂ ଓ ୫୦ ଏସଏମଏସ୍ ବିନିଫିଟସ ମିଳିଥାଏ । ୟୁଜର୍ସଙ୍କୁ ଜିଓ ଆପ୍ଲିକେସନର କମ୍ପ୍ଲିମେଣ୍ଟାରୀ ଆକ୍ସେସ ମିଳିଥାଏ । ଏଥିରେ ୟୁଜର୍ସ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡ ବ୍ୟବହାର କରିପାରିବେ । ତେବେ ଜିଓର ଏହି ପ୍ଲାନ ଜିଓ ଫୋନ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି । ସାମାନ୍ୟ ୟୁଜର୍ସ ଏହି ପ୍ଲାଇନର ଫାଇଦା ଉଠାଇ ପାରିବେ ନାହିଁ ।

Get real time updates directly on you device, subscribe now.