fbpx

୩ ମାସର ଭ୍ୟାଲିଡିଟି ସହ ଆସିଲା ଜିଓର ଏହି ଶସ୍ତା ପ୍ଲାନ୍‌, ଜାଣନ୍ତୁ କ’ଣ ସବୁ ରହିଛି ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ୪୪ କୋଟିରୁ ଅଧିକ ଗ୍ରାହକଙ୍କ ଲାଗି ନିଜର ରିଚାର୍ଜ ପ୍ଲାନକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରିଛି । ଜିଓ ପାଖରେ ରିଚାର୍ଜ ପ୍ଲାନର ଲମ୍ବା ତାଲିକା ମହଜୁଦ ରହିଛି । ଏହି ଲିଷ୍ଟରେ ଶସ୍ତାରୁ ଆରମ୍ଭ କରି ମହଙ୍ଗା ଓ ସର୍ଟ ଟର୍ମ ଠାରୁ ଆରମ୍ଭ କରି ଲଙ୍ଗ ଟର୍ମ ପ୍ଲାନ ମହଜୁଦ ଅଛି । ଆପଣ ନିଜର ଆବଶ୍ୟକତା ଅନୁସାରେ ଯେକୌଣସି ପ୍ଲାନର ଚୟନ କରିପାରିବେ । ବହୁ ୟୁଜର୍ସ ଏକାଥରକେ ଲଙ୍ଗ ଟର୍ମ ପ୍ଲାନ ନେବାକୁ ପସନ୍ଦ କରିଥାନ୍ତି । ଏହି କ୍ରମରେ ଜିଓର ୮୪ ଦିନ ଅର୍ଥାତ୍ ୩ ମାସର ଭ୍ୟାଲିଡିଟି ବାଲା ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ ଆସନ୍ତୁ ଜାଣିବା ।

ଜିଓର ଏହି ପ୍ଲାନ ୬୬୬ଟଙ୍କାରେ ଆସୁଛି । ଏଥିରେ କମ୍ପାନୀ ୟୁଜର୍ସଙ୍କୁ ୧୨୬ଜିବି ଡାଟା ପ୍ରଦାନ କରିଥାଏ । ଅର୍ଥାତ୍ ଏଥିରେ ଆପଣ ପ୍ରତିଦିନ ୧.୫ ଜିବି ଡାଟା ବ୍ୟବହାର କରିପାରିବେ । ଆପଣଙ୍କୁ ପ୍ରତିଦିନ ମାଗଣାରେ କଲିଂ ଓ ୧୦୦ ଏସଏମଏସ୍ ସୁବିଧା ବି ମିଳିବ । ଏଥିରେ ଜିଓ ସିନେମା, ଜିଓ ଟିଭି ଓ ଜିଓ କ୍ଲାଉଡ୍ ସବସ୍କ୍ରିପସନ୍ ବି ମିଳିଥାଏ ।

ଜିଓ ଏହାର ୭୩୯ ଟଙ୍କିଆ ପ୍ଲାନରେ ବି ଗ୍ରାହକଙ୍କୁ ୮୪ ଦିନ ଭ୍ୟାଲିଡିଟି ପ୍ରଦାନ କରିଥାଏ । ଏଥିରେ ୟୁଜର୍ସଙ୍କୁ ପ୍ରତିଦିନ ୧.୫ଜିବି ଡାଟା ମିଳିଥାଏ । ଏଥିରେ ଗ୍ରାହକଙ୍କୁ ସେହିସବୁ ସୁବିଧା ମିଳିଥାଏ ଯାହା ୬୬୬ଟଙ୍କା ପ୍ଲାନରେ ମିଳିଥାଏ । କିନ୍ତୁ ଏଥିରେ ଜିଓ ସାବନ ପ୍ରୋର ସବସ୍କ୍ରିପସନ ମଧ୍ୟ ମିଳିଥାଏ ଯାହା ପୂର୍ବ ପ୍ଲାନରେ ମିଳି ନ ଥାଏ ।

Get real time updates directly on you device, subscribe now.