fbpx

କୋଟି କୋଟି Reliance Jio ଗ୍ରାହକ ଚିନ୍ତାରେ: ଏଣିକି ଶସ୍ତା ପ୍ଲାନ୍ ପାଇଁ ଆପଣମାନଙ୍କୁ ଗଣିବାକୁ ପଡ଼ିବ ଅଧିକ ୧୫୦ ଟଙ୍କା

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ତା’ର କୋଟି କୋଟି ଗ୍ରାହକଙ୍କୁ ଦେଇଛି ଜବରଦସ୍ତ ଝଟକା । ଏଣିକି ଆପଣମାନଙ୍କୁ ଶସ୍ତା ପ୍ଲାନ ପାଇଁ ଅଧିକ ୧୫୦ ଟଙ୍କା ଗଣିବାକୁ ପଡ଼ିବ । ପୂର୍ବରୁ କମ୍ପାନୀର ଏହି ପ୍ଲାନରେ ୧ ବର୍ଷର ବୈଧତା ସହ ଅସୀମିତ କଲିଂ, ଡାଟା ଓ ଜିଓ ଆପ୍ସ ସବସ୍କ୍ରିପସନ ବେନିଫିଟ୍ ମିଳୁଥିଲା । ତେବେ କମ୍ପାନୀର ଏହି ଘୋଷଣା ସମସ୍ତ ୟୁଜର୍ସଙ୍କ ପାଇଁ ନୁହେଁ, ଖାସ୍ କରି ଜିଓ ଫୋନ୍ ୟୁଜର୍ସଙ୍କ ପାଇଁ ଲାଗୁ ହେବ ବୋଲି ଜଣାପଡ଼ିଛି ।

ସାଧାରଣ ଭାବେ ଜିଓ ଫୋନ ପାଇଁ କମ୍ପାନୀ ବିଭିନ୍ନ ପ୍ରକାରର ଅଫର ଲଞ୍ଚ କରିଥାଏ । ତେବେ ନିକଟରେ କମ୍ପାନୀ ଗୋଟିଏ ରିଚାର୍ଜ ପ୍ଲାନରେ ବୃଦ୍ଧି କରିଥିବା ଜଣାପଡ଼ିଛି । ଜିଓ ଫୋନ ୟୁଜର୍ସଙ୍କ ପାଇଁ ୭୪୯ ଟଙ୍କାର ଏକ ପ୍ଲାନ ଆସୁଥିଲା । ଉକ୍ତ ପ୍ଲାନରେ ୟୁଜର୍ସ ଏକ ବର୍ଷ ପାଇଁ ଭଏସ୍ କଲିଂ ଓ ୨୪ ଡିଜି ଡାଟା ପାଉଥିଲେ । ମାତ୍ର ବର୍ତ୍ତମାନ ଜିଓ ଫୋନ୍ ୟୁଜର୍ସ ଏହି ସର୍ଭିସ ପାଇବା ପାଇଁ ହେଲେ ୮୯୯ ଟଙ୍କା ଦେବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ଆପଣମାନେ ୧୪୯୯ ଟଙ୍କା ଦେଇ ଏକ ବର୍ଷ ପାଇଁ ଜିଓ ଫୋନ୍ କିଣିପାରିବେ । ଏଥିରେ ଆପଣଙ୍କୁ ୨୪ ଡିଜି ଡାଟା, ଅନଲିମିଟେଡ ଭଏସ୍ କଲ ଓ ଫ୍ରି ଜିଓ ଆପ୍ସ ସବସ୍କ୍ରିପସନ ବେନିଫିଟ ମିଳିଥାଏ । ସେହିପରି ଆପଣମାନେ ୧୯୯୯ ଟଙ୍କାର ଜିଓ ଫୋନରେ ଦୁଇ ବର୍ଷ ପାଇଁ ଫ୍ରି କଲିଂ, ୪୮ ଜିବି ଡାଟା ଓ ଫ୍ରି ଜିଓ ଆପ୍ସ ସବସ୍କ୍ରିପସନର ଫାଇଦା ଉଠାଇ ପାରିବେ । ଜିଓ ଫୋନରେ ୪ଜି ସପୋର୍ଟ ସହିତ ଏଥିରେ ଆପଣମାନେ ହ୍ୱାଟସଆପ, ଫେସବୁକ ପରି ଆପକୁ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.