fbpx

ଇସରାଏଲ ଇନରୱିୟର କମ୍ପାନୀ ସହ ହାତ ମିଳାଇଲା ରିଲାଏନ୍ସ ରିଟେଲ, ଜାଣନ୍ତୁ କ’ଣ ରହିଛି ପ୍ଲାନ୍ ?

ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ ମଙ୍ଗଳବାର ଇଜରାଏଲ ବେସ୍‌ଡ ବ୍ରାଣ୍ଡେଡ୍ ଏବଂ ଘରୋଇ ଲେବଲ ‘ଇନରୱିୟର’ କମ୍ପାନୀ ଡେଲ୍ଟା ଗାଲିଲ ଇଣ୍ଡଷ୍ଟ୍ରିଜ(Delta Galil Industries) ସହ ଜଏଣ୍ଟ୍ ଭେଂଚର ପାଇଁ ଘୋଷଣା କରିଛି । ଏହି ପାର୍ଟନରସିପ୍ ଆପାରେଲ୍‌(Apparel) ମାର୍କେଟରେ ତାଙ୍କର ସ୍ଥିତି ଦୃଢ଼ କରିବ ବୋଲି ରିଲାଏନ୍ସ ରିଟେଲ ଆଶା କରିଛି । ଏକ ମିଳିତ ବିବୃତ୍ତିରେ ଏହା ଦର୍ଶାଯାଇଛି କି ରିଲାଏନ୍ସ ରିଟେଲ ଏବଂ ଡେଲ୍ଟା ଗାଲିଲଙ୍କ ଏହି ପାର୍ଟନରସିପରେ ୫୦:୫୦ ପ୍ରତିଶତ ଶେୟାର ରହିବ ।

ଏହି ପାର୍ଟନରସିପ୍ ଅନ୍ତର୍ଗତ ମହିଳା, ପୁରୁଷ ଏବଂ ପିଲାଙ୍କ ପାଇଁ ପୋଷାକ ତିଆରି କରୁଥିବା ଡେଲ୍ଟା ଗାଲିଲ୍ ରିଲାଏନ୍ସ ବ୍ରାଣ୍ଡ୍ ପାଇଁ ଉତ୍ପାଦନ ଏବଂ ଡିଜାଇନ୍ କରିବ । ଏହି ଜଏଣ୍ଟ ଭେଂଚରରେ ଆସନ୍ତା ୧୮ ମାସରେ ଡେଲ୍ଟା ଫ୍ୟାମିଲି ଲାଇଫ୍ ଷ୍ଟୋର ଏବଂ ପୁରୁଷ ତଥା ମହିଳାଙ୍କ ‘ଇନରୱିୟର’ ପାଇଁ ଏଥେନା ବ୍ରାଣ୍ଡ୍ ପ୍ରସ୍ତୁତ କରିବ । କମ୍ପାନୀ ତରଫରୁ କୁହାଯାଇଛି, ‘ଅଭିନବତା ଏବଂ ଉତ୍ପାଦର ଉତ୍କୃଷ୍ଟତା ପାଇଁ ପ୍ରସିଦ୍ଧ ଡେଲ୍ଟା ଗାଲିଲ ଏହି ଉଦ୍ୟମର ଲାଭ ଉଠାଇ ଦୃତ ଗତିରେ ବୃଦ୍ଧି ପାଉଥିବା ଭାରତୀୟ ବଜାରରେ ନିଜ ଉପସ୍ଥିତି ବିସ୍ତାର କରିବ ।’ ରିଲାଏନ୍ସ ରିଟେଲର ପ୍ରବନ୍ଧ ନିର୍ଦ୍ଦେଶକ ଭି ସୁବ୍ରମଣ୍ୟମ କହିଛନ୍ତି, ଆମେ ଏକାଠି ମିଶି ରିଟେଲ ପ୍ଲାଟଫର୍ମସରେ ଗ୍ରାହକଙ୍କ ପାଇଁ ଚାହିଦା ବୃଦ୍ଧି କରିବାକୁ ପ୍ରସ୍ତୁତ ଅଛୁ । ସେହିପରି ଡେଲ୍ଟା ଗାଲିଲର ସିଇଓ ଇସହାକ ଦବାହ କହିଛନ୍ତି, ‘ଏହି ପାର୍ଟନରସିପ୍ ମାଧ୍ୟମରେ ରିଲାଏନ୍ସ ରିଟେଲକୁ ଡେଲ୍ଟା ଗାଲିଲର deep industry expertise innovation capabilities in intimate apparel and activewearରେ ଅଭିନବ ଦକ୍ଷତାର ଲାଭ ଉଠାଇବାରେ ସାହାଯ୍ୟ ମିଳିବ ।’ କହିରଖୁଛୁ ଆର୍ଥିକ ବର୍ଷ ୨୦୨୩-୨୪ରେ ରିଲାଏନ୍ସ ରିଟେଲ ୩ କୋଟି ଟଙ୍କାର ରାଜସ୍ୱ ରେକର୍ଡ଼ କରିଥିଲା । ନିକଟରେ ରିଲାଏନ୍ସ ରିଟେଲ ବ୍ରିଟିଶ ଫୁଟୱେୟାର କମ୍ପାନୀ ‘କ୍ଲାର୍କ୍ସ’ ସହ ୨ ବର୍ଷ ପୁରୁଣା ଜଏଣ୍ଟ ଭେଂଚର ସମାପ୍ତ କରିଥିଲା ।

Get real time updates directly on you device, subscribe now.