fbpx

୬୫ ଲକ୍ଷ ପେନସନଭୋଗୀଙ୍କୁ ବଡ଼ ଆଶ୍ୱସ୍ତି: ଏଣିକି ପେନସନ୍ ମିଳିବାରେ ହେବନି ବିଳମ୍ବ, ମାସ ଶେଷ ହେବା ପୂର୍ବରୁ ରାଶି ହେବ ଜମା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜ ୬୫ ଲକ୍ଷ ପେନସନଭୋଗୀଙ୍କୁ ବଡ଼ ରିଲିଫ୍ ପ୍ରଦାନ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର କେନ୍ଦ୍ରୀୟ ପେନସନ୍ ଆକାଉଣ୍ଟିଂ ଅଫିସ୍ (ସିପିଏଓ) ପେନସନ୍ଭୋଗୀଙ୍କଠାରୁ ଅଭିଯୋଗ ଆସୁଥିଲା କି, ସେମାନଙ୍କ ପେନସନ୍ ରାଶି ବିଳମ୍ବରେ ଆସୁଛି ।

ଏହା ମଧ୍ୟ ଦେଖାଯାଇଛି ଯେ, କିଛି ପେନସନ୍ଭୋଗୀ ସେହି ମାସ ଶେଷରେ ସେମାନଙ୍କ ପେନସନ୍ ପାଇ ନାହାଁନ୍ତି । ପେନସନ୍ ରାଶି ଆସିବା ପ୍ରକ୍ରିୟାରେ ପରବର୍ତ୍ତୀ ମାସର କିଛି ଦିନ ମଧ୍ୟ ଅତିକ୍ରମ କରୁଛି । ଏସବୁ ହେତୁ ଅର୍ଥ ମନ୍ତ୍ରଣାଳୟ ପେନସନ୍ ପ୍ରଦାନରେ ବିଳମ୍ବକୁ ଗୁରୁତର ସହ ନେଇଛି ।

ବର୍ତ୍ତମାନ ସମସ୍ତ ପେନସନଭୋଗୀ ମାସ ଶେଷରେ ସେମାନଙ୍କର ପେନସନ୍ ପାଇବେ । ମାସର ଶେଷ କାର୍ଯ୍ୟ ଦିବସ ପୂର୍ବରୁ ସେଣ୍ଟ୍ରାଲ୍ ପେନସନ୍ ଆକାଉଣ୍ଟିଂ ଅଫିସ୍ (ସିପିପିସି) ଦ୍ୱାରା ଏକ ରିପୋର୍ଟ ଇଲୋକ୍ଟ୍ରୋନିକ ଭାବରେ ପଠାଇବାକୁ ପଡିବ । ଇ-ପିପିଓ ସାଇଟରେ ଏହା ଉଲ୍ଲେଖ କରିବାକୁ ପଡିବ ଯେ ମାସ ଶେଷରେ ଏତେ ସଂଖ୍ୟକ ପେନସନଭୋଗୀଙ୍କ ଆକାଉଣ୍ଟକୁ ନିର୍ଦ୍ଦିଷ୍ଟ ପରିମାଣ ପଠାଯାଇଛି ।

ମାସିକ ପେନସନ୍ ଏବଂ ପରିବାର ପେନସନ୍ ପାଇବାରେ ବିଳମ୍ବ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ଅନେକ ଅଭିଯୋଗ ଗ୍ରହଣ କରୁଥିଲା । ଅବସର ପରେ ଅଧିକାଂଶ ଲୋକ ସେମାନଙ୍କ ପେନସନ୍ ଉପରେ ନିର୍ଭର କରନ୍ତି, ପେନସନ୍ ବିଳମ୍ବ ପାଇବା ସେମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି । ବୃଦ୍ଧାବସ୍ଥାରେ ପେନସନରେ ବିଳମ୍ବ ହେତୁ ସେମାନଙ୍କୁ ସମ୍ପୃକ୍ତ ବିଭାଗ କିମ୍ବା ବ୍ୟାଙ୍କର ଚକ୍କର କାଟିବାକୁ ପଡୁଛି ।

Get real time updates directly on you device, subscribe now.