fbpx

WHATS APP ରେ ଖୁବଶିଘ୍ର ମିଳିବ Reply କରିବାର ଅପସନ, ଜାଣନ୍ତୁ କେବେ ଲଞ୍ଚ ଏହି ଫିଚର

ଓଡିଶା ଭାସ୍କର : ଯେଉଁମାନେ ସ୍ମାଟ ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କୁ ଆପଣ ପ୍ରଶ୍ନ କରିବେ କେଉଁ ଆପକୁ ଆପଣ ଅଧିକ ବ୍ୟବହାର କରୁଛନ୍ତି ଭିଡିଓ କଲିଂ ପାଇଁ ହେଉ କିମ୍ବା ମେସେଜ ପାଇଁ ହେଉ । ତେବେ ସେଥିରୁ ଅଧିକାଂଶ ଲୋକ ଉତ୍ତର ଦେବେ ହ୍ୱାର୍ଟସଆପ । ମେସେଜ ପାଇଁ ସାରା ଦୁନିଆରେ ଲୋକମାନେ ହ୍ୱାର୍ଟସଆପ ବ୍ୟବହାର କରୁଛନ୍ତି । କୋଟି କୋଟି ଲୋକଙ୍କ କଥା ହେବା ପାଇଁ ଏହି ଆପକୁ ବ୍ୟବହାର କରୁଛନ୍ତି । ତେବେ ଏହାକୁ ବ୍ୟବହାର କରିବାକୁ ଲୋକମାନଙ୍କୁ କିପରି ସୁବିଧା ହେବ ତାହା ଉପରେ ହ୍ୱାର୍ଟସ ଆପ ସବୁବେଳେ ନଜର ରଖିଥାଏ ।

ଏଥି ପାଇଁ କମ୍ପାନୀ ସବୁବେଳେ ୟୁଜର ମାନଙ୍କ ପାଇଁ ନୂଆ ନୂଆ ଫିଚର ଆଣିଥାଏ । ହ୍ୱାର୍ଟସଆପ ଚ୍ୟାନେଲ ଫିଚର ଲଞ୍ଚ କରେ ଏହା ପରେ ଗ୍ରୃପ ତିଆରି କରି ନିଜ ଫଲୋୟରର୍ସଙ୍କ ପାଖକୁ ଏହାକୁ ପଠାଇ ଥାଏ । ଯାହା ଫଳରେ ହ୍ୱାର୍ଟସଆପ ୟୁଜରଙ୍କ ପାଖରେ ଏହି ସୂଚନା ପହଞ୍ଚି ପାରିବ । କମ୍ପାନୀ ଖୁବଶିଘ୍ର ଆଉ ଏକ ପରିବର୍ତ୍ତନ କରିବାକୁ ଯାଉଛି । ଯେପରି ଆପଣ ଜାଣିଥିବେ ହ୍ୱାର୍ଟସଆପ ଚ୍ୟାନେଲରେ ଏବେ ଆଡମିନ ବା କ୍ରିଏଟର ମେସେଜ କରିପାରିବାର ଅପସନ ଥିଲା । କିନ୍ତୁ ଏଥିରେ ରିପ୍ଲେ କରିବାର କୌଣସି ଅପସନ ନଥିଲା । କିନ୍ତୁ ଏବେ ଏହି ଲିଙ୍କ ଲୋକମାନଙ୍କୁ ମିଳିବ । ଖୁବଶିଘ୍ର ଚ୍ୟାନେଲ ଲୋକମାନଙ୍କୁ ରିପ୍ଲେର ଅପସନ ଦେବ । ଏହା ଛଡା କମ୍ପାନୀ କହିଛି ମେଟା ୟୁଜର ମାନଙ୍କୁ ଆଗକୁ ମଧ୍ୟ ଅନେକ ସୁବିଧା ଦେବାକୁ ଯାଉଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଲୋକମାନଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ଦିଆ ଯାଇ ନାହିଁ ଏହା କେବେ କାର୍ଯ୍ୟ କରିବା ଆରମ୍ଭ କରିବ । ଏହି ନୂଆ ଫିଚର ସାହାର୍ଯ୍ୟରେ ଆପଣ ପପଅଫ ବକ୍ସ ଦ୍ୱାରା ମେସେଜର ରିପ୍ଲେ କରିପାରିବେ । ଏଥିରେ ୟୁଜରର ପ୍ରାଇଭେସି ଉପରେ ମଧ୍ୟ ଧ୍ୟାନ ରଖା ଯିବ ।

Get real time updates directly on you device, subscribe now.