fbpx

ସାରା ରାତି ଚାଲିବ ଉଦ୍ଧାରକାର୍ଯ୍ୟ: ଘଟଣାସ୍ଥକକୁ ଯିବ ୧୦୦ ଅମ୍ବୁଲାନ୍ସ ଏବଂ ୫୦ ବସ୍

ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣାରେ ଅପଡେଟ୍ ଆସିବାରେ ଲାଗିଛି। ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଉଦ୍ଧାରକାର୍ଯ୍ୟକୁ ତ୍ୱରିତ କରିବା ପାଇଁ ଘଟଣାସ୍ଥଳକୁ ୧୦୦ ଅମ୍ବୁଲାନ୍ସ ଏବଂ ୫୦ ବସ୍ ପଠାଯାଇଥିବା ଓଡ଼ିଶା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ବାହାନାଗା ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟର ତଦାରଖ ଏବଂ ସହାୟତା କରିବାକୁ ଡିଜି ଉପସ୍ଥିତ ରହିଛନ୍ତି।

ବର୍ତମାନ ସୁଦ୍ଧା ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମେଡିକାଲରେ ଅନେକ ଆହତଙ୍କୁ ଭର୍ତି କରାଯାଇଛି। ଏହା ବ୍ୟତୀତ କଟକ ଏସସିବି ମେଡିକାଲ କଲେଜ ଏବଂ ଭୁବନେଶ୍ୱର ଏମ୍ସ ମଧ୍ୟ ପ୍ରସ୍ତୁତ ରହିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ 3 NDRF, 4ODRAF, ଅନେକ ଅଗ୍ନିଶମ ସେବା ୟୁନିଟ୍ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି ।

 

Get real time updates directly on you device, subscribe now.