fbpx

ରିସର୍ଚ୍ଚରୁ ଖୋଲିଗଲା ବଡ ରହସ୍ୟ; ରସୁଣ ଖାଉଥିବା ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଅଧିକ ମହିଳା

ଓଡ଼ିଶା ଭାସ୍କର: କିଛି ସମୟ ତଳେ ଏକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ କୁହାଯାଇଥିଲା ରସୁଣ ଖାଉଥିବା ପୁରୁଷଙ୍କ ଶରୀରର ଗନ୍ଧ ମହିଳାଙ୍କୁ ଅଧିକ ଆକର୍ଷିତ କରିଥାଏ । ଆପଣ ଭାବୁଥିବେ ରସୁଣର କଡା ଗନ୍ଧ କିପରି ମହିଳାଙ୍କୁ ଆକର୍ଷିତ କରିବ । କାରଣ ଆମେ ଏହା ଜାଣୁ ଯେ, ରସୁଣ ଖାଉଥିବା ଲୋକଙ୍କ ମୁହଁରୁ ଭୀଷଣ ଗନ୍ଧ ଆସିଥାଏ । କିନ୍ତୁ ଏହି ରିସର୍ଚ୍ଚରେ ଏହିସବୁ ଧାରଣାକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରି ଦିଆଯାଇଛି ।

ଏହି ରିସର୍ଚ୍ଚ ରିପୋର୍ଟ ଅନୁସାରେ ସ୍କଟଲ୍ୟାଣ୍ଡରେ ଷ୍ଟର୍ଲିଂ ବିଶ୍ୱବିଦ୍ୟାଳୟରେ ୪୨ ଜଣ ପୁରୁଷଙ୍କୁ କଞ୍ଚା ରସୁଣ, ରସୁଣ କ୍ୟାପସୁଲ ଓ ବିନା ରସୁଣରେ ଖାଦ୍ୟ ଖାଇବାକୁ କୁହାଯାଇଥିଲା । ଏହାପରେ ୮୨ ଜଣ ମହିଳାଙ୍କୁ ସେମାନଙ୍କ ଶରୀରର ଗନ୍ଧ(ଯାହା ବୈଜ୍ଞାନିକଙ୍କ ଦ୍ୱାରା ଏକତ୍ରୀତ କରାଯାଇଥିଲା)ଶୁଙ୍ଘିବାକୁ ଦିଆଯାଇଥିଲା ।
ଋିସର୍ଚ୍ଚରୁ ଜଣାପଡିଥିଲା କି ଯେଉଁ ପୁରୁଷମାନେ ପ୍ରାୟ ୪ ପାଖୁଡା ବା ୧୨ଗ୍ରାମ ରସୁଣ ଖାଇଥିଲେ ସେମାନଙ୍କ ଶରୀରର ଗନ୍ଧ ମହିଳାଙ୍କ ପାଇଁ ରସୁଣ ଖାଇ ନ ଥିବା ପୁରୁଷଙ୍କ ତୁଳନାରେ ଅଧିକ ଆକର୍ଷକ ଥିଲା । ଏହି ଅଧ୍ୟୟନରୁ ଏହି ନିଷ୍କର୍ସ ବାହାରିଥିଲା କି ରସୁଣ ଖାଇବା ଦ୍ୱାରା ପୁରୁଷଙ୍କ ଶରୀରର ଗନ୍ଧ ମହିଳାଙ୍କୁ ଅଧିକ ଆକର୍ଷିତ କରିଥାଏ । ଏହିପରି ପୁରୁଷଙ୍କ ଠାରେ ଅଧିକ ପୌରୁଷତ୍ୱ ଅନୁଭବ କରିଥାନ୍ତି ମହିଳା ।

ଗବେଷକମାନେ ଆପେଟାଇଟ୍ ପତ୍ରିକାରେ ଉଲ୍ଲେଖ କରିଛନ୍ତି କି, ରସୁଣ ଖାଇବା ଦ୍ୱାରା ଶରୀରର ବାସ୍ନା ଉପରେ ସକରାତ୍ମକ ପ୍ରଭାବ ପଡିଥାଏ । ଏହାର କାରଣ ରସୁଣର ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ହୋଇପାରେ । କାରଣ ରସୁଣରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି । ଏହାସହିତ ରସୁଣ ଶରୀରକୁ ନିରୋଗ ରଖିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.