fbpx

ଭକ୍ତଙ୍କ ପାଇଁ ୧୦୦ ଟଙ୍କାରେ ନିବାସ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ, ୧୯ା୧୨ (ଓଡିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ଏକ ଖୁସିର ଖବର । ପୁରୀ ଜିଲ୍ଲା ବାସେଳି ସାହିରେ ଏକ ସୁଲଭ ଯାତ୍ରୀ ନିବାସ ନିର୍ମାଣ କରାଯିବ । ଏ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ତେବେ ବାସେଳି ସାହି ଥାନା ନିକଟରେ ଏହି ଯାତ୍ରୀ ନିବାସ ନିର୍ମାଣ କରାଯିବାର ଯୋଜନା ରହିଛି । ଶ୍ରୀମନ୍ଦିର ଚାରିପଟେ ୨୦ ମିଟରର ବରଫ ରୋଡ ନିର୍ମାଣ କରାଯିବ । ଜେଲ ରୋଡ, ଯାତ୍ରିକା ଓ ପୌରସଂସ୍ଥା ମାର୍କେଟରେ ପାର୍କିଂ କରାଯିବ । ଉକ୍ତ ନିବାସରେ ଯାତ୍ରୀମାନେ ୧୦୦ରୁ ୧୫୦ ଟଙ୍କା ଦେଇ ରହିପାରିବେ । ତେବେ ଏଠାରେ ୧୫୦ରୁ ୨୦୦ ଲୋକ ରହିପାରିବା ଭଳି ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ପ୍ରଶାସକଙ୍କ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.