fbpx

ଦିଲ୍ଲୀ ଏନସିଆରବାସୀ ହୋଇଯାଆନ୍ତୁ ସତର୍କ, ବାୟୁରେ ବିଷାକ୍ତ ପଦାର୍ଥ ମିଶିବା ଆରମ୍ଭ ହୋଇସାରିଛି

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ଧିରେ ଧିରେ ଶୀତ ପଡିବା ଆରମ୍ଭ ହୋଇଯାଇଛି । ଏହା ସହିତ ବାୟୁର ଗୁଣବତ୍ତା କମିବାରେ ଲାଗିଛି । ହରିଆଣା ଏବଂ ପଞ୍ଜାବରେ ନଡାର ଧୂଆଁ ମଧ୍ୟ ଦିଲ୍ଲୀ ବାୟୁରେ ପ୍ରବେଶ କରିବା ଆରମ୍ଭ କରିଛି । ଯେଉଁଥି ପାଇଁ ପ୍ରଦୂଷଣର ସ୍ତର ଖରାପ ସ୍ତରରେ ପହଞ୍ଚିଛି । ଶୁକ୍ରବାର ଦିନ ଦିଲ୍ଲୀର ବିଭିନ୍ନ ସ୍ଥାନର ବାୟୁର ଗୁଣବତ୍ତା ରେକର୍ଡ କରାଯାଇଥିଲା । ଦିଲ୍ଲୀରେ ପ୍ରଦୂଷଣ ସ୍ତର ସକାଳ୯.୩୦ ସମୟରେ ୧୯୦ ଥିଲା । ତେବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ବାୟୁ ପ୍ରଦୂଷଣ ସ୍ତର ୩୧୩ରେ ପହଞ୍ଚିଛି । ଏହା ଛଡା ଦିଲ୍ଲୀ ନିକଟରେ ଥିବା ନୋଏଡାରେ ବାୟୁର ସ୍ତର ୨୧୨ରେ ପହଞ୍ଚିଛି । ଗାଜିଆବାଦରେ ଏହି ସ୍ତର ୧୪୪ରେ ରହିଛି ।

ଆଗାମୀ ଦିନରେ ପ୍ରଦୂଷଣର ସ୍ତର ଆହୁରି ଖରାପ ହୋଇପାରେ ବୋଲି ଅନୁମାନ କରାଯାଉଛି । ଦିଲ୍ଲୀ ପ୍ରଦୂଷଣର ସବୁଠାରୁ ବଡ କାରଣ ହେଉଛି ହରିଆଣା ଏବଂ ପଞ୍ଜାବରେ ଜଳା ହେଉଥିବା ନଡା । ଏହା ଛଡା ରାଜଧାନୀରେ ଚାଲୁଥିବା ଗାଡି ଗୁଡିକର ଧୂଆଁ ମଧ୍ୟ ବାହାରୁଛି । ପ୍ରଦୂଷଣର ଶିକାର ନ ହେବା ପାଇଁ ଗ୍ରେଡେଡ ରେସପନ୍ସ ପ୍ଲାନର ପ୍ରଥମ ପର୍ଯ୍ୟାୟ ପଦକ୍ଷପ ଗ୍ରହଣ କରିବାକୁ ସରକାର ରାଜଧାନୀ କତ୍ତୃପକ୍ଷଙ୍କୁ କହିଛନ୍ତି । ରାସ୍ତା ପାଶ୍ୱର୍ରେ ଥିବା ହେଟେଲରେ କୋଇଲା ବ୍ୟବହାର କରିବାକୁ ବାରଣ କରାଯାଇଛି । ଅକ୍ଟୋବର ୧ରୁ ଦିଲ୍ଲୀ-ଏନସିଆରରେ (GRAP)  ବ୍ୟବସ୍ଥା ଲାଗୁ ହୋଇଥିଲା । ଏହାର ପ୍ରଥମ ପର୍ଯ୍ୟାୟ ଶୁକ୍ରବାର କାର୍ଯ୍ୟକାରୀ ହୋଇଛି ।

Get real time updates directly on you device, subscribe now.