fbpx

ବାତ୍ୟା ପାଇଁ ବେଳାଭୂମିକୁ ବାରଣ: ଅସାନୀକୁ ନେଇ ପର୍ଯ୍ୟଟକଙ୍କୁ ସମୁଦ୍ରକୂଳକୁ ନ ଯିବାକୁ ପରାମର୍ଶ

ବ୍ରହ୍ମପୁର: ଦ୍ରୁତ ଗତିରେ ମାଡି ଆସୁଛି ବାତ୍ୟା ଅସାନୀ । ସମୁଦ୍ରକୂଳିଆ ଅଞ୍ଚଳରେ ଏହାର ପ୍ରଭାବରେ ବର୍ଷା ହେବା ସହ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି ରଖିଛି । ସେଥିପାଇଁ ଗୋପାଳପୁରର ବେଳାଭୂମିକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି । ଆସନ୍ତା ୧୦ ଏବଂ ୧୧ ତାରିଖରେ ବେଳାଭୂମିକୁ ଯିବା ଉପରେ କଟକଣା ଲାଗିଛି । ଏ ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁରର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଦୁଇ ଦିନ ମଧ୍ୟରେ ବେଳାଭୂମି ନିକଟକୁ ନ ଯିବା ପାଇଁ ସମସ୍ତଙ୍କୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.