ଲାଗୁହେଲା କଟକଣା, ଆଉ ସମୁଦ୍ରରେ ଧରିପାରିବେନି ମାଛ

ଆଜିଠୁ ଓଡ଼ିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ। ମାଛ ଧରିଲେ ଯିବେ ଜେଲ୍!

ଭୁବନେଶ୍ୱର: ଆଜିଠାରୁ ଆଉ ମାଛ ଧରିପାରିବେନି ମତ୍ସ୍ୟଜିବୀ। ସରକାରଙ୍କ କଟକଣା ଆଜିଠାରୁ ସମୁଦ୍ରରେ ମାଛ ଧରା ନିଷେଧ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମାଛଧରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।

ଯେହେତୁ ଏବେ ମାଛ ମାନଙ୍କର ପ୍ରଜନନ ସମୟ। ସେଥିପାଇଁ ପ୍ରଜନନ ସମୟରେ ମାଛ ବଂଶ ବୃଦ୍ଧି ତଥା ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଏପ୍ରିଲ ୧୫ରୁ ଜୁନ୍ ୧୪ ଯାଏଁ  ଅର୍ଥାତ୍ ଆଗାମୀ ୬୧ ଦିନ ଯାଏଁ ଏହି କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ,କୁଜଙ୍ଗ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ ଆକ୍ଟ ବା (ଓମ୍ପ୍ରା)ର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦଜିଆଯାଇଛି।

କେବଳ ସାଢ଼େ ୮ ମିଟର ଲମ୍ୱ ପାରମ୍ପରିକ ଡ଼ଙ୍ଗାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ହେଲେ ଅନ୍ୟ କୌଣସି ଡଙ୍ଗା କିମ୍ୱା ଜାହାଜକୁ ମାଛ ଧରିବାକୁ ବାରଣ ହୋଇଛି। ଆଇନ ଅମାନ୍ୟ କଲେ ମତ୍ସ୍ୟଜୀବୀଙ୍କୁ ଜେଲ୍ ଓ ଜୋରିମାନା ଭୋଗିବାକୁ ପଡିପାରେ ବୋଲି କୁହାଯାଇଛି।

ମାଛଧରା ବନ୍ଦ ଦ୍ୱାରା କେବଳ ପାରାଦୀପରେ ୭୦୦ ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ। ଏବଂ ସେଥିରେ ନିୟୋଜିତ ଥିବା ପ୍ରାୟ ୫୦୦୦ ମତ୍ସ୍ୟଜିବୀ ଏବେ ୨ ମାସ ହାତବାନ୍ଧି ବସିବେ ବୋଲି ସୂଚନା ମିଳିଛି।