fbpx
BSKY
BJD MC SKY
BJD MS SKY

ଶେଷ ହେଲା ନୌସେନାର Barge P305 ଅପରେସନ, ମିଳିଲା ୭୦ ମୃତଦେହ ୧୬ ନିଖୋଜ

ମୁମ୍ବାଇ: ସାଇକ୍ଲୋନ ତାଉକ୍ତେ ରେ କ୍ଷତିଗ୍ରସ୍ତ ହୋଇ ମୁମ୍ବାଇ ତଟଠାରୁ ୭୦ କିଲୋମିଟର ଦୂରରେ ସମୁଦ୍ର ଭିତରେ ବୁଡିଯାଇଥିବା Barge P305 ଜାହଜର ନେସେନା ପକ୍ଷରୁ କରାଯାଉଥିବା ସର୍ଚ୍ଚ ଅପରେସନକୁ ଶେଷ କରାଯାଇଛି । ରବିବାର ବାର୍ଜ ଧ୍ୱଂସାବଶେଷର ସର୍ଚ୍ଚ ଅପରେସନର ଶେଷ ଦିନ ଥିଲା  । ଏହି ଉଦ୍ଧାର କାର୍ଯ୍ୟ ସମୟରେ ନୌସେନା ୭୦ ଟି ମୃତଦେହ ମିଳିଥିଲା। ବାର୍ଜ ଏବଂ ଟଗବୋଟ ବରପଦ୍ରା ଠାରୁ ୧୮୮ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୧୬ ଜଣଙ୍କୁ ଖୋଜାଯାଇପାରିନାହିଁ।

Barge P305 ଯେତେବେଳେ ଝଡ ତୋଫାନରେ ଫସିଥିଲା, ଏଥିରେ ସମୁଦାୟ ୨୬୧ ଲୋକ ଥିବାବେଳେ Barge P305ର ଟଗବୋଟ ରେ ୧୩ ଜଣ ଉପସ୍ଥିତ ଥିଲେ  । ସର୍ଚ୍ଚ ଅପରେସନ୍ ଶେଷ ହେବା ବେଳକୁ ୧୬ ଜଣ ନିଖୋଜ ଥିଲେ। ତେବେ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ୧୪ ଟି ମୃତଦେହ, ରାଇଗଡ ତଟରେ ୮ ଟି ଏବଂ ଗୁଜୁରାଟର ୱାଲସାଦ ତଟରେ ୬ ଟି ମୃତଦେହ ମିଳିଥିଲା ଯେଉଁଥିରେ ନିଖୋଜ ଲୋକଙ୍କୁ ଚିହ୍ନଟ କରାଯିବ।

ମେ ୧୭ ରେ ତାଉକ୍ତେ ବାତ୍ୟା ଯୋଗୁଁ ଓଏନଜିସିର Barge P305 ଜାହାଜ ବୁଡିଯାଇଥିଲା ।ଏଥିରେ ରକ୍ଷଣାବେକ୍ଷଣ ଏବଂ ତେଲ କୂଅ ଖୋଳିବା କାମ କରିବା ଲୋକ ଥିଲେ । ପ୍ରବଳ ପବନ ଏବଂ ଉଚ୍ଚ ତରଙ୍ଗ ଯୋଗୁଁ ଏହା ବୁଡ଼ିଗଲା  । ଦୁର୍ଘଟଣା ସମୟରେ Barge P305 କୂଳଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିଲା  ।

Get real time updates directly on you device, subscribe now.