fbpx

ବାତ୍ୟା ବେଳେ ଘରୁ ବାହାରିବାକୁ ବାରଣ କଲେ ଏସଆରସି

ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇସାରିଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ । ବାତ୍ୟା ‘ୟଶ’ ପାରାଦୀପ ଓ ସାଗର ଦ୍ୱୀପ ମଧରେ ଲ୍ୟାଣ୍ଡଫଲ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ବାଲେଶ୍ୱରରେ ବାତ୍ୟା ମୁକାବିଲା ସମୀକ୍ଷା ପରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, କଚା ଓ ଆଜବେଷ୍ଟସ ଘରେ ଥିବା ଲୋକଙ୍କୁ ସେଲ୍ଟର ହୋମକୁ ନିଆଯିବ । ଏପରିକି ଯଦି କୋଠା ଘରେ ପାଣି ପଶିବାକୁ ଥାଏ ତାହେଲେ ବି ତାଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟା ହେଲେ ପ୍ରଭାବ ରହିବ, ତଥାପି କ୍ଷୟକ୍ଷତି କମ୍ ପାଇଁ ଚେଷ୍ଟା ରହିବ । ସୂଚନା ଦିଆଯିବା ମାତ୍ରେ ଶୀଘ୍ର ସେଲ୍ଟର ହୋମ୍ ଚାଲିଯାଆନ୍ତୁ । ଶୀଘ୍ର ଆସିଲେ କୋଭିଡ ଟେଷ୍ଟ ହେବ, ଦରକାର ପଡିଲେ ସିସିସିକୁ ପଠାଯିବ । ଆଶ୍ରୟ ସ୍ଥଳକୁ ଯାଇ ନଥିଲେ ପିଇବା ପାଣି ଆଗୁଆ ମହଜୁଦ ରଖନ୍ତୁ ।’

ବାତ୍ୟା ବେଳେ ବୟସ୍କ ଲୋକେ ଘରୁ ନବାହାରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଯୁବପିଢି ପବନ ବହିବା ବେଳେ ବାଇକରେ ଏଣେତେଣେ ବୁଲନ୍ତ ନାହିଁ ବୋଲି ପ୍ରଦୀପ କହିଛନ୍ତି ।

Get real time updates directly on you device, subscribe now.