fbpx

ପ୍ରସବ ପରେ ଯେକୌଣସି ସମୟରେ କୋଭିଡ ଟିକା ନେଇପାରିବେ ମହିଳା: ବିଶେଷଜ୍ଞ

ନୂଆଦିଲ୍ଲୀ: ଜଣେ ଗର୍ଭବତୀ ମହିଳା ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଟିକାକରଣ ଅନୁମତି ଦେବା ଆବଶ୍ୟକତା ଉପରେ ବିଶେଷଜ୍ଞ ଜୋର ଦେଇଛନ୍ତି, ଯାହାଦ୍ଵାରା ସେମାନଙ୍କୁ ବି ସଂକ୍ରମଣରୁ ରକ୍ଷା କରାଯାଇପାରିବ । ନିକଟରେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକାକରଣ ପାଇଁ ସରକାର ଅନୁମତି ଦେଇଛନ୍ତି। ନୀତି ଆୟୋଗ ସଦସ୍ୟ ଭି.କେ ପାଲ ନିକଟରେ ସ୍ପଷ୍ଟ କରିଥିଲେ ଯେ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ମଧ୍ୟ ଟିକା ଦିଆଯାଇପାରିବ।

ସେ କହିଥିଲେ, ‘ ଖବର ଆସିଥିଲା ​​ଯେ ଟିକା ନେଉଥିବା ମା ମାନେ କିଛି ଦିନ ପର୍ଯ୍ୟନ୍ତ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ଉଚିତ ନୁହେଁ, କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସ୍ତନ୍ୟପାନ ବନ୍ଦ କରାଯିବା ଉଚିତ ନୁହେଁ ଏବଂ ଏହାକୁ ଜାରି ରଖିବା ଉଚିତ।’

ଅନ୍ୟପଟେ ଦିଲ୍ଲୀର ୟୁନିଭରସିଟି କଲେଜ ଅଫ୍ ମେଡିକାଲ ସାଇନ୍ସ ଏବଂ ଜିଟିବି ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡା. ଖାନ ଆମୀର ମାରୁଫ କହିଛନ୍ତି ଯେ ଟିକାକୃତ, ସ୍ତନ୍ୟପାନ କରାଉଥିବା ମା’ଙ୍କଠାରୁ ନବଜାତକ ପାଇଁ କୌଣସି ବିପଦ ନାହିଁ।’ ପ୍ରସବ ପରେ ଟିକାକରଣ ବିଳମ୍ବ କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.